କୋଳିମାଟି ସରକରୀ ଆଶ୍ରମ ବିଦ୍ୟାଳୟରେ ପି ଏ ପି ସମାବେଶ

ଘଷିପୁରା : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ କୋଳିମାଟି ଗ୍ରାମ ପଞ୍ଚାୟତର କୋଳିମାଟି ସରକରୀ ଆଶ୍ରମ ବିଦ୍ୟାଳୟର ପି ଏ ପି ସମାବେଶ ଅନୁଷ୍ଠିତ ହୋଇଯାଇଛିl

ଏହି ସମାବେଶକୁ କୋଳିମାଟି ସି ଆ ସି ସି ଭରତ ଚନ୍ଦ୍ର ପାତ୍ର ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଜୟ କୁମାର ପୁର୍ତ୍ତି, ମୁଖ୍ୟ ବକ୍ତା କୋଳିମାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗଣେଶ୍ୱର ସାହୁ ଓ ସମ୍ମାନୀତ ଅତିଥି ଭାବେ ଫକିରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶଶି ରେଖା ଦାଶ, କୋଳିମାଟି ସରପଞ୍ଚ ଜମୟନ୍ତୀ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦଶରଥ ନାୟକ ପ୍ରମୁଖ ଯୋଗ ଦେଇ ପି ଏ ପି ସମାବେଶର ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ପି ଏ ପି ର ବାର୍ତ୍ତା ଆମେ ଜାଣିବୁ ଓ ଆମେ ଜିଣିବୁକୁ ଅତିଥିମାନେ ପ୍ରତୀପାଦନ କରିଥିଲେ। କୋଳିମାଟି ସରକରୀ ଆଶ୍ରମ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବାର୍ଷିକ ବିବରଣୀ ପାଠ କରିଥିଲେ। ସହକାରୀ ଶିକ୍ଷୟତ୍ରୀ ପ୍ରିୟ ଲକ୍ଷ୍ମୀ ସା, ଦୀପ୍ତିମୟୀ ସାହୁ ,ମଳୟ କେତନ
ପରିମାଣିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର କର୍ମଚାରୀ ସୁବାଷ ଚନ୍ଦ୍ର ବେଜ, ଅଭିରାମ ନାୟକ, ସବିତା ନାୟକ, ପାର୍ବତୀ ନାଇକ, ଗୋଲାପ ନାଇକ, ଭାରତୀ ନାଇକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button