ଟ୍ୟୁସନ୍‌ରୁ ଫେରୁଥିବା ନାବାଳିକାକୁ ଗଣଦୁଷ୍କର୍ମ

ଦେବଗଡ଼ : ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅର୍ନ୍ତଗତ ଛତାବରରେ ଲଜ୍ଜା। ଟ୍ୟୁସନ୍‌ରୁ ଫେରୁଥିବା ଜଣେ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କଙ୍କରଖୋଲ ଗାଁର ଶୁଭମ ବାଦୀ ଓ ଚିନ୍ମୟ ରଞ୍ଜନ ବାଦୀଙ୍କୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ନାବାଳିକା ଜଣକ ତାଙ୍କ ବଡ଼ ବାପାଙ୍କ ଘରେ ରହି ପାଠ ପଢ଼ୁଥିଲେ। ପ୍ରତିଦିନ ସନ୍ଧ୍ୟାରେ ଟ୍ୟୁସନ୍ ସାରି ଘରକୁ ଫେରନ୍ତି। କିନ୍ତୁ ଗତକାଲି ସେ ସନ୍ଧ୍ୟା ୭ଟାରେ ଛତାବରରୁ ଟ୍ୟୁସନ ସାରି ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ଶୁଭମ ଓ ଚିନ୍ମୟ ତାଙ୍କୁ କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପୀଡିତା ଘରେ ଜଣାଇବା ପରେ ପରିବାର ପକ୍ଷରୁ ରିଆମାଳ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଗତକାଲି ରାତିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button