ୱାକଫ୍ ବୋର୍ଡର ୧୨୩ଟି ଜମି ଫେରାଇ ନେବାକୁ ନୋଟିସ୍

ନୂଆଦିଲ୍ଲୀ : କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ଅଣ-ନୋଟିଫାଏଡ୍ ଓ୍ଵାକଫ୍ ସମ୍ପତ୍ତି ଉପରେ ଦୁଇ ଜଣିଆ କମିଟିର ରିପୋର୍ଟ ଆଧାରରେ ଦିଲ୍ଲୀ ଓ୍ଵାକଫ୍ ବୋର୍ଡର ୧୨୩ଟି ଜମିକୁ ନିଜ ଅକ୍ତିଆରକୁ ନେବାକୁ ନିଷ୍ପତ୍ତି ନେଇଛି। ଏଥିରେ ରହିଛି ମସଜିଦ, ଦରଗା ଓ କବରସ୍ଥାନ। ମନ୍ତ୍ରଣାଳୟ ଦିଲ୍ଲୀ ଓ୍ଵାକଫ୍ ବୋର୍ଡ ଅଧ୍ୟକ୍ଷ ତଥା ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଚିଠି ଲେଖି ଏହି ନିଷ୍ପତ୍ତି ବିଷୟରେ ଅବଗତ କରାଇଛି।

ଖବର ଅନୁଯାୟୀ ଯେଉଁ ସମ୍ପତ୍ତି ପ୍ରତ୍ୟାହାର ପାଇଁ ନୋଟିସ୍ ଜାରି କରାଯାଇଛି ତାହା କୌଣସି ସମୟରେ ସରକାରଙ୍କ ନିକଟରେ ଥିଲା। ମନମୋହନ ସିଂହଙ୍କ ସରକାର ସମୟରେ ଏହି ସମ୍ପତ୍ତିକୁ ୱାକଫ୍ ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା। କେନ୍ଦ୍ର ସହରାଞ୍ଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ଜମି ଓ ଉନ୍ନୟନ କାର୍ଯ୍ୟାଳୟ ୱାକଫ୍ ବୋର୍ଡକୁ ଏକ ନୋଟିସ୍ ପଠାଇ ଆବଶ୍ୟକ କାଗଜପତ୍ର ଉପସ୍ଥାପନ କରିବାକୁ କହିଛି। ଯେଉଁଥିରେ ବୋର୍ଡ ଏହି ସମ୍ପତ୍ତିଗୁଡ଼ିକୁ କାହିଁକି ଦିଆଯିବ ତାହା ସ୍ପଷ୍ଟ କରିପାରିବ।

Leave a Reply

Your email address will not be published. Required fields are marked *

Back to top button