ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ସିନେମା

ନୂଆଦିଲ୍ଲୀ : ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ‘ପ୍ରତୀକ୍ଷା’କୁ ମିଳିଛି ଏହି ସମ୍ମାନ।

ଖବର ଅନୁଯାୟୀ ଗତବର୍ଷ ଡିସେମ୍ବର ମାସରେ ଦମନ ସହିତ ଫି୍ଲ୍ମ ‘ପ୍ରତୀକ୍ଷା’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ହେଲେ ଦମନକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ଚର୍ଚ୍ଚାରେ ରହିଥିଲା ‘ପ୍ରତୀକ୍ଷା’। ଏହି ଫିଲ୍ମକୁ ହିନ୍ଦୀରେ କରିବାକୁ ଅନୁପମ ଖେର୍‌ ଆଗେଇ ଆସିଥିଲେ। ହିନ୍ଦୀ ସଂସ୍କରଣକୁ ସେ ପ୍ରୟୋଜନା କରିବା ସହିତ ବାପା ଭୂମିକାରେ ଅଭିନୟ କରିବାକୁ ଘୋଷଣା କରିଥିଲେ।

‘ପ୍ରତୀକ୍ଷା’ ଫିଲ୍ମ ବାପା-ପୁଅଙ୍କ ମଧ୍ୟରେ ଥିବା ଅବେଗପୂର୍ଣ୍ଣ ସମ୍ପର୍କକୁ ନେଇ ନିର୍ମାଣ କରାଯାଇଛି। ଅନୁପମ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଥିଲେ। ବିଶିଷ୍ଟ କଥାକାର ଗୌରହରି ପଟ୍ଟନାୟକଙ୍କ କ୍ଷୁଦ୍ର ଗଳ୍ପର କାହାଣୀକୁ ନେଇ ଫିଲ୍ମ ତିଆରି କରାଯାଇଥିଲା। ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ରୋଶନ ବିଷୋଇ। ଦର୍ଶକଙ୍କ ଦ୍ୱାରା ଫିଲ୍ମଟି ବେଶ ଆଦୃତ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button