ଭଉଣୀକୁ ଗୁଳିକରି ହତ୍ୟାକଲା ଭାଇ

କେନ୍ଦୁଝର : ଟଙ୍କା ପାଇଁ ଭଉଣୀକୁ ଗୁଳିକରି ହତ୍ୟା। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଥାନାରେ ଆତ୍ମସର୍ମପଣ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ପ୍ରସନ୍ନ ଏକ ସିକ୍ୟୁରିଟି ସଂସ୍ଥାରେ ଗନ୍‌ ମ୍ୟାନ୍‌ ଭାବେ କାର୍ଯ୍ୟ କରେ। ଯାହା ଦରମା ମିଳେ ସ୍ତ୍ରୀ ଓ ବଡ଼ ଭଉଣୀକୁ ଦିଅନ୍ତି। ବଡ଼ ଭଉଣୀ ବିବାହ କରିନଥିବାରୁ ସେ ଭାଇ ଓ ଭାଉଜଙ୍କ ପାଖରେ ରହୁଥିଲେ। ଆଜି ସକାଳେ ପ୍ରସନ୍ନ ଅସୁସ୍ଥ ଅନୁଭବ କରିବାରୁ ମେଡିସିନ ଆଣିବାକୁ ଭଉଣୀକୁ ପଇସା ମାଗିଥିଲେ। କାରଣ ସ୍ତ୍ରୀ ବାପଘରକୁ ଯାଇଥିଲେ। ହେଲେ ଭଉଣୀ ପଇସା ନଦେଇ ସ୍ତ୍ରୀକୁ ପଇସା ମାଗ ବୋଲି କହିବାରୁ ପ୍ରସନ୍ନଙ୍କ ମୁଣ୍ଡକୁ ରାଗ ଚଢ଼ି ଯାଇଥିଲା। ନିଜ ପାଖରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଆଣି ଭଉଣୀକୁ ଗୁଳିକରି କରିଥିଲା। ଘଟଣା ସମ୍ପର୍କରେ ପୋଲିସକୁ ଫୋନ୍‌ କରି ଜଣାଇଥିଲା। ପୋଲିସ ମୃତଦେହକୁ ଜବତ କରି ପ୍ରସନ୍ନଙ୍କୁ ଅଟକ ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button