janatakhabar.in

ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଜି ଦିନ ୧୦ଟାଠାରୁ ଆସନ୍ତା ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା ପରେ ହିଂସା ରୋକିବାକୁ ନିଆଯାଇଛି ଏହି ପଦକ୍ଷେପ। ସେହିପରି ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ଟୁଇଟର ଆଦିର ପୋଷ୍ଟ ଉପରେ ଜାରି କରାଯାଇଛି କଟକଣା। ସୂଚନାଯୋଗ୍ୟ ଗତକାଲି ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଯିବା ସମୟରେ ପଥର ମାଡ଼…

Read More
janatakhabar.in

ଛେଳି ବେପାରୀଙ୍କୁ ଗୁଳିକରି ୯ ଲକ୍ଷ ଲୁଟିନେଲେ

ଲେଫ୍ରିପଡ଼ା : ଛେଳି ବେପାରୀଙ୍କୁ ଗୁଳିକରି ହତ୍ୟା। ଆଜି ସକାଳେ ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଅଜ୍ଞାତ ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇ ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଖବର ଅନୁଯାୟୀ ଗୁରୁବାର ସକାଳେ ୩ ଜଣ ବ୍ୟକ୍ତି ବାଇକ୍ ଯୋଗେ ଛେଳି କିଣିବାକୁ ହାଣ୍ଡିପାନି ଯାଉଥିଲେ। ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଜଣ ହେଲମେଟ ପିନ୍ଧା ଅଜ୍ଞାତ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ଧକ୍କା ଦେବାରୁ…

Read More
janatakhabar.in

କ୍ୟାପିଟାଲ ହାଉସିଂ ସମବାୟ ବୈଠକରେ ମାରପିଟ୍‌ ଅଭିଯୋଗ

ଭୁବନେଶ୍ଵର : କ୍ୟାପିଟାଲ ହାଉସିଂ ସମବାୟ ବୈଠକରେ ମାରପିଟ୍‌। ସଂସ୍ଥାର ନିର୍ଦ୍ଦେଶିକା ଶାଶ୍ଵତୀ ଲେଙ୍କା ଉପସଭାନେତ୍ରୀ ବିଜୟ ଲକ୍ଷ୍ମୀ ମହାପାତ୍ରଙ୍କ ବିରୋଧରେ ଗୁଣ୍ଡାରାଜ୍‌ ଅଭିଯୋଗ ଆଣିଛନ୍ତି। ଖବର ଅନୁଯାୟୀ ବୁଧବାର ଶାଶ୍ଵତୀ ଅଭିଯୋଗ କରିଛନ୍ତି ବୈଠକକୁ ଡକା ନଯିବାକୁ ନେଇ ସେ ସମ୍ପାଦକଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ତାଙ୍କୁ ଓ ସହଯୋଗୀଙ୍କୁ ଉପସଭାନେତ୍ରୀ ମାଡ଼ ମାରିଥିଲେ। ଏହି ଘଟଣାକୁ ନେଇ ଶାଶ୍ଵତୀ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଟିମ୍ ସେଠାରେ ପହଞ୍ଚି ଦୁଇ…

Read More
janatakhabar.in

ହନୁମାନ ଜୟନ୍ତୀ ରାଲିରେ ହିଂସା, ୧୦ ପୋଲିସ ଆହତ

ସମ୍ବଲପୁର : ହନୁମାନ ଜୟନ୍ତୀ ବାଇକ ରାଲି ଉପରକୁ ପଥର ମାଡ଼। ସହରର ଧନୁପାଲି ଛକରେ ଏହି ଘଟଣା ଘଟିଥିବା ବେଳେ ଅତିରିକ୍ତ ଏସପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ପୋଲିସ ଆହତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ହନୁମାନ ଜୟନ୍ତୀ ଉପଲକ୍ଷେ ଗୋବିନ୍ଦ ତଲା ଛକରୁ ବାହାରିଥିଲା ବାଇକ ଶୋଭାଯାତ୍ରା। ଏହା ଜେଲ୍ ଛକ, ଧନୁପାଲି ଥାନା ଛକ, ମୋତିଝରଣ ଛକ, ସାକ୍ଷୀପଡ଼ା, ଲକ୍ଷ୍ମୀ ଟକିଜ ଓ ମୋଦିପଡ଼ା ଦେଇ ସହର ପରିକ୍ରମା କରିବାର…

Read More
janatakhabar.in

ଜମି ଜବରଦଖଲ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ଘର ଭଙ୍ଗା ହେଲା

ଭୁବନେଶ୍ୱର : ନୟାପଲ୍ଲୀ ଜମି ଜବରଦଖଲ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଘବ ଜେନା ସରକାରୀ ଜମିରେ କରିଥିବା ଘରକୁ ଆଜି ଭଙ୍ଗାଯାଇଛି। ଖବର ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ରାଘବ ଜେନା ଝାରପଡ଼ା ମେଳଣ ପଡ଼ିଆ ନିକଟରେ ଥିବା ସରକାରୀ ଜମିରେ ପ୍ରାୟ ୩୦ରୁ ଅଧିକ ଘର ତିଆରି କରି ଭଡ଼ାରେ ଲଗାଇଥିଲେ। ବୁଧବାର ବିଏମସି, ବିଡିଏ ଓ କମିଶନରେଟ ପୋଲିସ ଉପସ୍ଥିତିରେ ଏହି ଘରକୁ ଭାଙ୍ଗି ଦିଆଯାଇଛି। ପୂର୍ବରୁ ଉଚ୍ଛେଦ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି…

Read More
janatakhabar.in

ଲାଞ୍ଚୁଆ ଶିକ୍ଷାଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ଢେଙ୍କାନାଳ : ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଖବର ଅନ୍ୟଯାୟୀ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଦ୍ୱୈତ ସାମଲ ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ଶାନ୍ତୁନଙ୍କ ପାଖକୁ ବାରମ୍ବାର ଆସିଥିଲେ ମଧ୍ୟ ତାଙ୍କ କାମ…

Read More
janatakhabar.in

ବିଜେପି ନେତାଙ୍କୁ ହାଣିଲେ ଦୁର୍ବୃତ୍ତ

ସୋର : ବାଲେଶ୍ୱର ଜିଲ୍ଲା ସୋର ବିଜେପି ନଗର ଉପସଭାପତି ତଥା ପୌର ପରିଷଦର କାଉନସିଲରଙ୍କ ସ୍ୱାମୀ ଲୋକନାଥ ରାଉତଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଆଜି ସକାଳେ ଲୋକନାଥ ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ସୋର ଥାନା ନିକଟରେ ଏହି ଆକ୍ରମଣ ହୋଇଛି l ଖବର ଅନୁଯାୟୀ ଆଜି ସକାଳେ ଲୋକନାଥ ମର୍ଣ୍ଣିଂ ୱାକ କରିବାକୁ ଘରୁ ବାହାରି ଯାଇଥିଲେ। ୱାକ ସାରି ଘରକୁ ଫେରୁଥିବା ସମୟରେ ସୋର ଥାନା ନିକଟରେ ୨ ଅଜଣା ଯୁବକ…

Read More
janatakhabar.in

ବାଲି ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପ୍ରଭାବଶାଳୀ ବାଲି ବ୍ୟବସାୟୀଙ୍କ ଘର ଓ ବ୍ୟବସାୟୀକ ଅନୁଷ୍ଠାନ ଉପରେ ଆୟକର ଚଢ଼ାଉ। ଏକାଧିକ ଟି୍ମ୍‌ ଏକା ସମୟକରେ ଚଢ଼ଉ କରିଥିବା ବେଳ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏପରି ଚଢ଼ଉ କରାଯାଇଥିବା ଆଶଙ୍କା କରାଯାଉଛି। କିନ୍ତୁ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଖବର ଅନୁଯାୟୀ ଗଞ୍ଜାମ ଜିଲ୍ଲାର ବାଲି ବ୍ୟବସାୟୀଙ୍କ ଲୋଚାପଡ଼ା ଗୋବିନ୍ଦ ବିହାର ସ୍ଥିତ ୩ ମହଲା ଘର, ଉମାନଗର ସ୍ଥିତ କାର୍ଯ୍ୟାଳୟ, ପୁରୁଷୋତ୍ତମପୁର ଅରଖପୂର୍…

Read More
janatakhabar.in

ଫୁଲବାଣୀ : ବ୍ୟବସାୟୀଙ୍କଠାରୁ ୧୭ ଲକ୍ଷ ୫୦ହଜାର ଲୁଟ୍

ଫୁଲବାଣୀ : ଫୁଲବାଣୀର ଜଣେ ବ୍ୟବସାୟୀଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଛି। କଳା ପଲସରରେ ଆସିଥିବା ଦୁଇ ଲୁଟେରା ଆକ୍ସିସ ବ୍ୟାଙ୍କ ପାଖରେ ଏପରି ଘଟଣା ଘଟାଇଟିବା ଜଣାପଡିଛି। ଖବର ଅନୁଯାୟୀ ଫୁଲବାଣୀର ତେଜରାତି ଦୋକାନ ମାଲିକ ଅଜୟ ପାତ୍ର ଓ ସହଯୋଗୀ ରମେଶ ପ୍ରଧାନ ଏକ ସ୍କୁଟିରେ ଆକ୍ସିସ୍ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିଲେ। ହେଲେ ପଲସର ବାଇକରେ ଆସିଥିବା ଦୁଇଜଣ ଦୁର୍ବୃତ୍ତ ବ୍ୟାଙ୍କ ଆଗରୁ ତାଙ୍କଠାରୁ ଟଙ୍କା ବ୍ୟାଗଟି…

Read More
janatakhabar.in

ଗିପ୍ଟ ବୋମା ବିସ୍ଫୋରଣରେ ପୁଟିନସେନାର ବ୍ଲଗରଙ୍କ ମୃତ୍ୟୁ

ସେଣ୍ଟ୍ ପିଟରସନ : ବିସ୍ଫୋରଣ ଯୋଗୁ ଋଷିଆ ପୁଟିନଙ୍କ ସେନାର ଜଣେ ନାମିଦାମୀ ବ୍ଲଗର ବ୍ଲାଦଲେନ ତତାର୍କିଙ୍କ ଜୀବନ ଚାଲିଯାଇଛି। ତାଙ୍କୁ ସେଣ୍ଟ୍ ପିଟରସନର ଏକ କାଫେରେ ଉପହାର ମିଳିଥିଲା। ତା’କୁ ଖୋଲିବା ମାତ୍ରେ ବିସ୍ଫୋରଣ ଘଟିବାରୁ ବ୍ଲାଦଲେନଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ପୋଲିସ ରିପୋର୍ଟ ଅନୁଯାୟୀ କାଫେରେ ହୋଇଥିବା ବିସ୍ଫୋରଣରେ ବ୍ଲଗର ବ୍ଲାଦଲେନ ତତାର୍କିଙ୍କ ସମେତ ୧୬ଜଣ ଲୋକ ଗୁରୁତର ଆହତ ହୋଇଥିଲେ। ବ୍ଲାଦଲେନ ଋଷରେ ଲୋକପ୍ରିୟ ଥିଲେ। କେବଳ ଟେଲିଗ୍ରାମରେ ତାଙ୍କର ରହିଛନ୍ତି…

Read More