ଜମି ଜବରଦଖଲ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ଘର ଭଙ୍ଗା ହେଲା

ଭୁବନେଶ୍ୱର : ନୟାପଲ୍ଲୀ ଜମି ଜବରଦଖଲ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଘବ ଜେନା ସରକାରୀ ଜମିରେ କରିଥିବା ଘରକୁ ଆଜି ଭଙ୍ଗାଯାଇଛି।

ଖବର ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ରାଘବ ଜେନା ଝାରପଡ଼ା ମେଳଣ ପଡ଼ିଆ ନିକଟରେ ଥିବା ସରକାରୀ ଜମିରେ ପ୍ରାୟ ୩୦ରୁ ଅଧିକ ଘର ତିଆରି କରି ଭଡ଼ାରେ ଲଗାଇଥିଲେ। ବୁଧବାର ବିଏମସି, ବିଡିଏ ଓ କମିଶନରେଟ ପୋଲିସ ଉପସ୍ଥିତିରେ ଏହି ଘରକୁ ଭାଙ୍ଗି ଦିଆଯାଇଛି। ପୂର୍ବରୁ ଉଚ୍ଛେଦ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ନୟାପଲ୍ଲୀ ଜମି ଦଖଲ ମାମଲାରେ କମିସନରେଟ୍‌ ପୋଲିସ ବାଉନ୍‌ସର ଗ୍ୟାଙ୍ଗର ଆଉ ୫ ବାଉନ୍‌ସରଙ୍କୁ ବାନ୍ଧିଛି। ସେମାନେ ହେଲେ ଜଟଣୀ ଅଞ୍ଚଳର ପ୍ରଭାତ କୁମାର ସାହୁ, ଲତିଫ୍‌ ଖାଁ, ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତିର ଫିରୋଜ ଖାଁ ଓରଫ୍‌ ଜୁମେନ୍‌, କ୍ୟାପିଟାଲ୍‌ ଥାନା ଅଞ୍ଚଳର ସେକ୍‌ ମୁସ୍ତାଖିମ୍‌ ଓରଫ୍‌ ରାହୁଲ୍‌ ଓ ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ଶିବ ପ୍ରସାଦ ବିଶୋଇ ଓରଫ ରବି)। ଏମାନେ ସମସ୍ତେ ନକୁଳ ମହାକୁଡ଼ ଗ୍ୟାଙ୍ଗ୍‌ ସହ ସାମିଲ୍‌ ହୋଇ ଘଟଣା ଦିନ ରାତିରେ ଦୁଇଟି ଦୋକାନକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ। ଏଥିରେ ନିୟୋଜିତ ୨ଟି ଜେସିବି ମଧ୍ୟରୁ ଗୋଟିଏ ଜେସିବି ମୁଖ୍ୟ ଅଭିଯୁକ୍ତ ରାଘବ ଜେନାର ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button