ବିଜେପି ନେତାଙ୍କୁ ହାଣିଲେ ଦୁର୍ବୃତ୍ତ

ସୋର : ବାଲେଶ୍ୱର ଜିଲ୍ଲା ସୋର ବିଜେପି ନଗର ଉପସଭାପତି ତଥା ପୌର ପରିଷଦର କାଉନସିଲରଙ୍କ ସ୍ୱାମୀ ଲୋକନାଥ ରାଉତଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଆଜି ସକାଳେ ଲୋକନାଥ ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ସୋର ଥାନା ନିକଟରେ ଏହି ଆକ୍ରମଣ ହୋଇଛି l

ଖବର ଅନୁଯାୟୀ ଆଜି ସକାଳେ ଲୋକନାଥ ମର୍ଣ୍ଣିଂ ୱାକ କରିବାକୁ ଘରୁ ବାହାରି ଯାଇଥିଲେ। ୱାକ ସାରି ଘରକୁ ଫେରୁଥିବା ସମୟରେ ସୋର ଥାନା ନିକଟରେ ୨ ଅଜଣା ଯୁବକ ଦ୍ରୁତ ଗତିରେ ବାଇକ୍‌ରେ ଆସି ଲୋକନାଥଙ୍କୁ ପଛରୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଲୋକନାଥଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତରୂ କରାଯାଇଛି।

ଅନ୍ୟପକ୍ଷରେ ରାଜନୈତିକ ଶତ୍ରୁତା କାରଣରୁ ଏପରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଲୋକନାଥ ଜଣେ ବସ୍ ମାଲିକ ଓ ପ୍ରତିଷ୍ଠିତ ବ୍ୟବସାୟୀ। ଆକ୍ରମଣର ଖବର ପାଇ ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button