janatakhabar.in

ବାକ୍ ସ୍ୱାଧୀନତାର ହତ୍ୟା କରୁଛି ବିଜେଡି : ଡ. ଲେଖାଶ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ଏବେ ନିର୍ବାଚିତ ପ୍ରତିନିଧି ଶାସନ କରୁନାହାନ୍ତି। ଯାହା ଗଣତନ୍ତ୍ର ପାଇଁ ବିପଦ। ପୋଲିସକୁ ସରକାର ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରି କୌଣସି ପ୍ରକାର ସମାଲୋଚନାର କଣ୍ଠରୁଦ୍ଧ କରୁଛନ୍ତି। ଗତକାଲି ସାମାଜିକ ଗଣମାଧ୍ୟମରେ କାମ କରୁଥିବା ସଂଗ୍ରାମ ପାତ୍ରଙ୍କ ଗିରଫରୁ ଏହା ସ୍ପଷ୍ଟ ହୋଇଛି ବୋଲି ରାଜ୍ୟ ଉପସଭାନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଖବର ଅନୁଯାୟୀ ଡ. ଲେଖାଶ୍ରୀ ଅଭିଯୋଗ କରିଛନ୍ତି ସାମାଜିକ ଗଣମାଧ୍ୟମରେ ସରକାର ଓ ପ୍ରଶାସନର ତ୍ରୁଟିକୁ ଦର୍ଶାଇଲେ ଆକ୍ରୋଶ…

Read More
janatakhabar.in

କଂଗ୍ରେସକୁ ଲକ୍ଷେ ୩୮ ହଜାର ଦାନ କଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ଵର : ଦଳୀୟ ପାଇଁ ପାଣ୍ଠି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗ୍ରେସକୁ ୧.୩୮ ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି। ଖବର ଅନୁଯାୟୀ ଶ୍ରୀ ପଟ୍ଟନାୟକ ‘X’ରେ ଲେଖିଛନ୍ତି ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ନିର୍ବାଚନୀ ବଣ୍ଡ ଓ ଅନ୍ୟ ବାଟରେ ନିଜର ଆର୍ଥିକ ସ୍ଥିତିକୁ ବେଶ୍‌ ଭଲ ଭାବେ ପ୍ରଭାବିତ କରିପାରିଛନ୍ତି। ୧୩୮ ବର୍ଷ ପୁରୁଣା କଂଗ୍ରେସ ଦଳକୁ ପାଣ୍ଠି ଦାନ ପାଇଁ ମୁଁ ସମସ୍ତଙ୍କୁ ବିଚାର କରିବାକୁ ଅନୁରୋଧ କରୁଛି। ଏଥିସହ…

Read More
janatakhabar.in

କେରେଡ଼ାଗଡ଼ରେ ଜଳଯୋଗାଣ ପାଇଁ ୨୦ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : କେନ୍ଦ୍ରାପଡା ଜିଲ୍ଲା କେରେଡ଼ାଗଡ଼ରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡ଼ାଗଡ଼ ପ୍ରାଥମିକ ବିଦ୍ୟାଳୟ ଓ କେରେଡ଼ାଗଡ଼ ଗ୍ରାମ ପଞ୍ଚାୟତରେ ୨ଟି ପାଣି ଟାଙ୍କି ସ୍ଥାପନ କରାଯିବ। ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ଏହି ଅର୍ଥ ମଂଜୁର ହୋଇଛି। ସୂଚନାଯୋଗ୍ୟ ଗତ ୧୮ ତାରିଖ ଦିନ ଅର୍ଥାତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି…

Read More
janatakhabar.in

ମୟୁରଭଞ୍ଜ ଗସ୍ତରେ ୫ଟି ଅଧ୍ୟକ୍ଷ : ଛାତ୍ରଛାତ୍ରୀ ଓ ଦଳୀୟ କର୍ମୀଙ୍କ ଉତ୍ସାହ ବଢାଇଲେ

ବାରିପଦା : ମୟୁରଭଞ୍ଜ ଜିଲ୍ଲ‍ା ଗସ୍ତରେ ନବୀନ ଓଡ଼ିଶା ଓ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ। ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟରେ ୫ଟିରେ ରୂପାନ୍ତରୀକରଣ ହୋଇଥିବା ୧୫୪ ଯୁକ୍ତ ୨ କଲେଜର ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି। ଖବର ଅନୁଯାୟୀ ଶ୍ରୀ ପାଣ୍ଡିଆନ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ କହିଲେ ଜୀବନରେ ଉଚିତ ବନ୍ଧୁ ସହିତ ରହିବା ସହିତ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ। ଜୀବନରେ ବନ୍ଧୁ ସହିତ ଗୁରୁ ହିଁ ଜଣେ ଏମିତି…

Read More
janatakhabar.in

ଚିଙ୍ଗୁଡ଼ି ଘେରି : ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ

ଭୁବନେଶ୍ଵର : ଚିଙ୍ଗୁଡ଼ି ଘେରି ପାଇଁ ଚିଲିକାର ପ୍ରାକୃତିକ ସୋନ୍ଦର୍ଯ୍ୟ ନଷ୍ଟ ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଦର୍ଶାଯାଇଛି ରାଜ୍ୟ ବାହାର ଦୁଇ ଏକ୍ସପର୍ଟ ଟିମ୍ ସହ ସରକାର ଆଲୋଚନା କରିଛନ୍ତି। ଜାନୁଆରି ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଖବର ଅନୁଯାୟୀ ଆଦ୍ରଭୂମିର ସୁରକ୍ଷା ପାଇଁ ବେଆଇନ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଆବଶ୍ୟକ ବୋଲି କୋର୍ଟ ଦର୍ଶାଇଥିଲେ। ଡ୍ରୋନରେ ପାଟ୍ରୋଲିଂ କରି ବେଆଇନ୍ ଚିଙ୍ଗୁଡ଼ି ଘେରି ଚିହ୍ନଟ ପାଇଁ…

Read More
janatakhabar.in

ବାଙ୍ଗିରିପୋଷୀ ଘାଟିରେ ପୋଲିସ ଭ୍ୟାନ୍‌ ବ୍ରେକ୍ ଫେଲ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷୀ ଘାଟିରେ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୦ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବାଙ୍ଗିରିପୋଷି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ପୋଲିସ ଭ୍ୟାନ୍‌ କରଞ୍ଜିଆରୁ ବାରିପଦା ଯିବାବେଳେ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ହୋଇଛି। ବ୍ରେକ୍‌ ଫେଲ୍‌ ହେବାରୁ ଆଗରେ ଥିବା ଏକ ଟ୍ରକ୍‌ରେ ପିଟି ହୋଇଥିଲା। ଗାଡ଼ିରେ ପ୍ରାୟ ୨୦ ଜଣ ପୋଲିସ ଡ୍ୟୁଟିରେ ଯାଉଥିଲେ ବୋଲି ଜଣାପଡିଛି।

Read More
janatakhabar.in

ଆତଙ୍କବାଦୀର ପତ୍ନୀକୁ ସ୍କୁଲରୁ ବିଦାକଲେ କର୍ତ୍ତୃପକ୍ଷ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲାରୁ ଗିରଫ ଆତଙ୍କବାଦୀ ଇସାନ ବୁଖାରିଙ୍କ ପତ୍ନୀର ଚାକିରି ଯାଇଛି। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରିଥିବା ଜଣାପଡିଛି। ଖବର ଅନୁଯାୟୀ ଆତଙ୍କବାଦୀ ଇସାନ ବୁଖାରିଙ୍କ ପତ୍ନୀ ନେଉଳପୁର ନିକଟ ମିଲତନଗର ସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସ୍ଵାମୀଙ୍କର ଆତଙ୍କୀ କାର୍ଯ୍ୟକଳାପରେ ସଂପୃକ୍ତି ଜଣାପଡ଼ିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରିଥିବା ସୂଚନା ମିଳିଛି।

Read More
janatakhabar.in

କେନ୍ଦ୍ରାପଡା : ବ୍ରାହ୍ମଣୀରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍। ସୋମବାର ଅପରାହ୍ନରେ ରାଜନଗର ବ୍ଲକର କେରଡାଗଡରେ ହେଲିକପ୍ଟର ଯୋଗେ ପହଞ୍ଚିବା ବ୍ରାହ୍ମଣୀ ନଦୀରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହ କେରଡାଗଡ ଜଗନ୍ନାଥ ମନ୍ଦିର ବିକାଶ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ଖବର ଅନୁଯାୟୀ ଗୋପାଳପୁର ଓ ମଦନପୁର ଛକରେ ମଧ୍ୟ ଜନସାଧାରଣଙ୍କୁ ସ୍ୱଳ୍ପ ସମୟ ପାଇଁ ଭି.କେ. ପାଣ୍ଡିଆନ୍ଉ ଦବୋଧନ…

Read More
janatakhabar.in

ବିଭିନ୍ନ ବିଭାଗର ବିଫଳତା ହେଉଛି ୫-ଟି ଓ ଆମ ଓଡ଼ିଶା : ବିଜେପି

ଭୁବନେଶ୍ୱର : ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟଭାବେ ଏହି କେତେଦିନ ହେବ ଯୋଗ ଦେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ “ଓଡ଼ିଶା ରୂପାନ୍ତରୀକରଣ”ର ନାରା ଦେବା ଅତ୍ୟନ୍ତ ହାସ୍ୟାସ୍ପଦ। ଘରେ ନପଶୁଣୁ ଚାଳ ବାଜିଲାଣି, ଆଗକୁ କ’ଣ ହେବ ? ଯଦି ୨୩ବର୍ଷ ଶାସନରେ ରୂପାନ୍ତରୀକରଣ ହୋଇଛି ତାହାଲେ ଜଗନ୍ନାଥ ମନ୍ଦିରରେ ଭକ୍ତ ଶୃଙ୍ଖଳିତ ପ୍ରବେଶ କାହିଁକି କରିପାରୁନାହାନ୍ତି ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି। ଖବର ଅନୁଯାୟୀ ଶ୍ରୀ ମହାପାତ୍ର…

Read More
janatakhabar.in

ଭୂବନେଶ୍ୱରରେ ଜିଲ୍ଲା କଂଗ୍ରେସର ବସ୍ତିବିକାଶ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ “ଘରେ ଘରେ କଂଗ୍ରେସ ଘରେ ଘରେ ହାତ” କାର୍ଯ୍ୟକ୍ରମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ବ୍ଲକ ଠୁ ଆରମ୍ଭ କରି ପ୍ରତ୍ୟେକ ଗାଁରେ ଜାରି ରହିଛି। ଏହି ଅବସରରେ ଭୁବନେଶ୍ୱରରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଜରିଆରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ “ବସ୍ତି ବିକାଶ ଅଭିଯାନ”ର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଶୁଭାରମ୍ଭ କରିଥିବାବେଳେ ଭୁବନେଶ୍ୱର ଜିଲ୍ଲା…

Read More