janatakhabar.in

ରାଜ୍ୟରେ ଶୀତ ଲହରୀ : ୪ରୁ ୫ ଦିନ ରହିବ ପ୍ରକୋପ

ଭୁବନେଶ୍ଵର : ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ସୁନ୍ଦରଗଡ଼ କିରେଇ ଓ କନ୍ଧମାଳ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରହିଛି ୮ ଡିଗ୍ରୀ। କେନ୍ଦୁଝର ଓ ଟିଟିଲାଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଖବର ଅନୁଯାୟୀ ବୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବନୁମାନ ଆଗାମୀ ୪ରୁ ୫ ଦିନ ଯାଏଁ ପାଗରେ କୋଣସି ପରିବର୍ତ୍ତନ ହେବନି। କନ୍ଧମାଳ ଜିଲ୍ଲାରେ ଶୀତ ଅଧିକ ଅନୁଭବ ହେଉଥିବା ବେଳେ…

Read More
janatakhabar.in

କ୍ୟାପିଟାଲ ହସ୍ପିଟାଲରେ ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ ବିନା ହୋଇପାରିବନି ଏମଆରଆଇ ଓ ସିଟି ସ୍କାନ୍‌

ଭୁବନେଶ୍ଵର : ରାଜଧାନୀ ବୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲରେ ଏଣିକି ଏମଆରଆଇ କିମ୍ବା ସିଟି ସ୍କାନ୍‌ ବିନା ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ରେ ହୋଇପାରିବ ନାହିଁ। ହସ୍ପିଟାଲର ଉପ ନିର୍ଦ୍ଦେଶକ ଧନଞ୍ଜୟ ଦାସ ଏହି ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ଶ୍ରୀ ଦାସ କହିଛନ୍ତି କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନେ ବିନା ପ୍ରେସକ୍ରିପ୍ସନ୍‌ ଯାଞ୍ଚରେ ଟେଷ୍ଟ କରାଇ ପାରିବେ ନାହିଁ। ମାଗଣାରେ ଟେଷ୍ଟ କରିବା ପାଇଁ ରୋଗୀ ନକଲି ପ୍ରେସକ୍ରିପ୍ସନ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। କିଛି ଦଲାଲ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କଠୁ…

Read More
janatakhabar.in

ରାଉରକେଲା ଡାଇରିଆ ମୃତ୍ୟୁସଂଖ୍ୟା ୭ ଛୁଇଁଲା

ରାଉରକେଲା : ରାଉରକେଲାରେ ଡାଇରିଆ। ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଥିବା ବେଳେ ମୃତକ ଦ୍ୱୟ ହେଲେ ପ୍ଲାଣ୍ଟସାଇଟ ଅଞ୍ଚଳର ମହମ୍ମଦ ଅସଲମ ଓ ଗାନ୍ଧୀରୋଡର ଅତୁଲ କିସାନ। ପୂର୍ବରୁ ନୀଳାଚଳ ହୋଟେଲର ମାଲିକ ପ୍ରଣବ କିଶୋର ସ୍ଵାଇଁଙ୍କୁ ମିଶାଇ ୫ଜଣ ମାରିଥିଲେ। ଗତ ଶୁକ୍ରବାର ଓ ଶନିବାର ଦୁଇଦିନରେ ୨ ବୃଦ୍ଧା, ଜଣେ ମହିଳାଙ୍କ ସମେତ ୪ ଜଣ ପ୍ରାଣ ହରାଇଲେଣି। ସେମାନେ ହେଲେ ପାନପୋଷର ଗ୍ଲାସନ୍‌ ସାମନ୍ତ, ଉଦିତନଗରର ନାନ୍‌ସି ଦୁ‌ବେ), ପାନପୋଷ ତରକେରାର ଫୁଲତୋଳି ଗୌଡ଼…

Read More
janatakhabar.in

କଟକ ମେୟରଙ୍କ ଅଫିସିଆଲ୍ ପେଜରେ ଅଶ୍ଳୀଳ ଭିଡିଓ ଲିଙ୍କ

କଟକ : କଟକ ମେୟର ସୁବାସ ସିଂହଙ୍କ ଅଫିସିଆଲ୍ ପେଜରେ ଅଶ୍ଳୀଳ ଭିଡିଓ ଲିଙ୍କ ଦେଖିବାକୁ ମିଳୁଛି। ସୁବାସ ସିଂହ ଏନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଗତକାଲି ରାତିରୁ ମୋର ସୋସିଆଲ୍ ମିଡିଆ ପେଜ୍ ହାଇଜ୍ୟାକ୍ ହୋଇଯାଇଛି। ମୁଁ ସାଇବର କ୍ରାଇମ୍ ରେ ଅଭିଯୋଗ କରିଛି। ଏହି ପେଜକୁ ବ୍ଲକ୍ କରିବା ଲାଗି ମୁଁ ସମସ୍ତଙ୍କୁ ନିବେଦନ କରୁଛି।

Read More
janatakhabar.in

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ହାସ୍ୟାସ୍ପଦ : ଗଣେଶ୍ୱର ବେହେରା

ଭୁବନେଶ୍ୱର : ରାଜ୍ୟସଭା ସଦସ୍ୟ ଧୀରଜ ସାହୁଙ୍କ ଘରୁ ଆୟକର ବିଭାଗଦ୍ୱାରା ଜବତ ହୋଇଥିବା ନଗଦ ଟଙ୍କା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏହା ଯେତିକି ଉଦ୍ଭଟ ସେତିକି ହାସ୍ୟାସ୍ପଦ। ଗାନ୍ଧୀ ପରିବାର ପ୍ରତି କେନ୍ଦ୍ରମନ୍ତ୍ରୀ ମହୋଦୟ କାହିଁକି ଏତେ ଅସହିଷ୍ଣୁ ତାହା ବୁଝାଇ କହିବା ଉଚିତ। ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି ଆୟକର ବିଭାଗ ଦ୍ୱାରା ଜବତ ହୋଇଥିବା ଟଙ୍କା କଳା କି ଧଳା…

Read More
janatakhabar.in

କୌଣସି ଶକ୍ତି ଧାରା ୩୭୦କୁ ଫେରାଇ ଆଣି ପାରିବନି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବ୍ରହ୍ମାଣ୍ଡର କୌଣସି ଶକ୍ତି ଧାରା ୩୭୦କୁ ଆଉ ଫେରାଇ ଆଣି ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଖବର ଅନୁଯାୟୀ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରାଜନୀତି ଅପେକ୍ଷା ଜମ୍ମୁ-କଶ୍ମୀର ଓ ଲଦାଖର ଲୋକଙ୍କ ପାଇଁ ଧାରା ୩୭୦ ରଦ୍ଦ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଜମ୍ମୁ କଶ୍ମୀରରେ ବିକାଶ ଓ ସେଠାରେ ଥିବା ଲୋକଙ୍କ…

Read More
janatakhabar.in

ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର ଉପରେ ଲାଗିଲା କଟକଣା

ପୁରୀ : ଶ୍ରୀମନ୍ଦିରରେ ପୁଣି ଲାଗିଲା ପଲିଥିନ ଉପରେ କଟକଣା। ଭକ୍ତ କିମ୍ବା ସେବାୟତ କେହି ମନ୍ଦିର ଭିତରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କରିପାରିବେ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଖବର ଅନୁଯାୟୀ ପୂର୍ବରୁ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଥିଲେ ମଧ୍ୟ ଏହାକୁ କେହି ଗୁରୁତ୍ୱ ଦେଉନଥିଲେ। ଏବେ ଶ୍ରୀମନ୍ଦିର ପ୍ରଶାସନ ପଲିଥିନ ବନ୍ଦ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ତେଣୁ ଶ୍ରୀମନ୍ଦିର…

Read More
janatakhabar.in

ଜାନୁଆରୀ ପହିଲାରୁ ନୂଆ ଗାଡ଼ିରେ ଭିଏଲଟିଡି ଲାଗିବ

ଭୁବନେଶ୍ଵର : ୨୦୨୪ ଜାନୁଆରୀ ପହିଲାରୁ ପଞ୍ଜୀକରଣ ହେବାକୁ ଥିବା ନୂଆ ଗାଡ଼ିରେ ଲାଗିବ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ବା ଭିଏଲଟିଡି। ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ୩୧ ଡିସେମ୍ବର ୨୦୨୩ ପୂର୍ବରୁ ପଞ୍ଜିକୃତ ଗାଡ଼ି ଗୁଡ଼ିକରେ ଆସନ୍ତା ବର୍ଷ ଜୁନ୍ ୩୦ ସୁଦ୍ଧା ଏହି ଟ୍ରାକିଂ ଡିଭାଇସ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଖବର ଅନୁଯାୟୀ ଶୁକ୍ରବାର ଭୁବନେଶ୍ୱରରେ ଭିଏଲଟିଡି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଉଦ୍‌ଘାଟନ…

Read More
janatakhabar.in

ଶେଷପର୍ଯ୍ୟନ୍ତ ଜନସେବାରେ ବ୍ରତୀ ହୋଇ ରହିବି : ଭି କେ ପାଣ୍ଡିଆନ

ଭୁବନେଶ୍ଵର : ଜନସେବା କରିବା ପାଇଁ ଚାକିରି ଛାଡ଼ିଛି। ଶେଷପର୍ଯ୍ୟନ୍ତ ଜନସେବାରେ ବ୍ରତୀ ହୋଇ ରହିବି। ଆଜି ଏହି ଘୋଷଣା କରିଛନ୍ତି ନିକଟରେ ଆଇଏଏସ ଚାକିରି ବିଜେଡିରେ ଯୋଗଦେଇଥିବା ଭି କେ ପାଣ୍ଡିଆନ। ଖବର ଅନୁଯାୟୀ ଶୁକ୍ରବାର ଶଙ୍ଖ ଭବନରେ ବିଜେଡ଼ିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ପରିଚାଳନାରେ ଆରମ୍ଭ ହୋଇଥିଲା। ଓଡ଼ିଶାବାସୀଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଦଳୀୟ ପଦାଧିକାରୀଙ୍କୁ ଆହ୍ୱାନ ଦେଇଥିଲେ ବିଜେଡି ସଭାପତି ତଥା…

Read More
janatakhabar.in

ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ୍‌ ଅଫିସର ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇପିଏସ୍‌ ବି ରାଧିକାଙ୍କୁ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି। ଏଥିସହ ସେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ। ସେହପରି ଆଇପିଏସ୍‌ ଶାଇନି ଏସ୍‌ଙ୍କୁ ସିଏଡବ୍ଲ୍ୟୁଆଣ୍ଡିସିଡବ୍ଲ୍ୟୁରେ ଆଇଜି ଭାବେ ଅତିରିକ୍ତ ଦାୟିତ୍ଵ ମିଳିଥିବା ବେଳେ ଆଶିଷ ସିଂଙ୍କୁ ଓପିଏଚ୍‌ଡବ୍ଲ୍ୟସିରେ ସିଇଓ ଭାବେ…

Read More