ଶେଷପର୍ଯ୍ୟନ୍ତ ଜନସେବାରେ ବ୍ରତୀ ହୋଇ ରହିବି : ଭି କେ ପାଣ୍ଡିଆନ

ଭୁବନେଶ୍ଵର : ଜନସେବା କରିବା ପାଇଁ ଚାକିରି ଛାଡ଼ିଛି। ଶେଷପର୍ଯ୍ୟନ୍ତ ଜନସେବାରେ ବ୍ରତୀ ହୋଇ ରହିବି। ଆଜି ଏହି ଘୋଷଣା କରିଛନ୍ତି ନିକଟରେ ଆଇଏଏସ ଚାକିରି ବିଜେଡିରେ ଯୋଗଦେଇଥିବା ଭି କେ ପାଣ୍ଡିଆନ।

ଖବର ଅନୁଯାୟୀ ଶୁକ୍ରବାର ଶଙ୍ଖ ଭବନରେ ବିଜେଡ଼ିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ପରିଚାଳନାରେ ଆରମ୍ଭ ହୋଇଥିଲା। ଓଡ଼ିଶାବାସୀଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଦଳୀୟ ପଦାଧିକାରୀଙ୍କୁ ଆହ୍ୱାନ ଦେଇଥିଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଠକରେ ୧୧ଟି ରାଜନୀତିକ ପ୍ରସ୍ତାବ ସମେତ ଅନ୍ୟାନ୍ୟ ପ୍ରସ୍ତାବ ପାରିତ ହୋଇଥିଲା। ଦଳ ପକ୍ଷରୁ ପ୍ରସ୍ତୁତ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା। ପରେ ‘ଜୟ ଜଗନ୍ନାଥ’ କହି ମଂଚକୁ ଆସିଥିଲେ ଭି କେ ପାଣ୍ଡିଆନ। ସେ କହିଲେ ଆଜି ଆଇଏଏସ୍ ପରୀକ୍ଷାର ଇଣ୍ଟରଭ୍ୟୁ ଦେବା ଭଳି ଲାଗୁଛି। ସେ ନିର୍ବାଚନ ଲଢ଼ିବେ କି ନାହିଁ ସେ ସମ୍ପର୍କରେ ଦଳର ନେତାମାନେ ତାଙ୍କୁ ପଚାରୁଛନ୍ତି। ହେଲେ ସେ ନିର୍ବାଚନ ଲଢ଼ିବେ ନାହିଁ। ରାଜ୍ୟର ୧୪୭ ଆସନରେ ଲଢ଼ୁଥିବା ନେତାମାନଙ୍କ ପଛରେ ରହି ଦଳ ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ଦଳରେ ସାମିଲ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି। ବିଜେଡିକୁ ସାମାଜିକ ଆନ୍ଦୋଳନ ବୋଲି କହୁଥିବା ଓ ରାଜ୍ୟବାସୀଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ସେ ଦୀର୍ଘ ୧୨ବର୍ଷ ଧରି କାର୍ଯ୍ୟ କରୁଛନ୍ତି। ୭୭ବର୍ଷ ବୟସରେ ‘ମୋ ଗୁରୁ’, ‘ମୋ ବାପା’ ନବୀନ ପଟ୍ଟନାୟକ ଯଦି ଲୋକଙ୍କ ପାଇଁ କାମ କରିପାରୁଛନ୍ତି ତା’ହେଲେ ମୁଁ କାହିଁକି କରିପାରିବି ନାହିଁ ବୋଲି ସେ କହିଥିଲେ। ଘୋଷଣା କରିଥିଲେ ଜନସେବା କରିବା ପାଇଁ ଚାକିରି ଛାଡ଼ିଛି। ଶେଷପର୍ଯ୍ୟନ୍ତ ଜନସେବାରେ ବ୍ରତୀ ହୋଇ ରହିବି। ଏହାଛଡା ବିଜେଡି ସରକାରର ସଫଳତା ବହନ କରୁଥିବା ବିଭିନ୍ନ ଯୋଜନା ଯଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଆମ ଓଡ଼ିଶା ନବୀନ ଓଡ଼ିଶା, ଦେଶର ଏକ ନମ୍ବର ରାଜ୍ୟ, ଦେଶର ଶ୍ରେଷ୍ଠ ପ୍ରଶାସକ ଭଳି ପ୍ରଶ୍ନ ସେ ଦଳର ନେତାମାନଙ୍କୁ ପଚାରି ଉତ୍ତର ଲୋଡ଼ିଥିଲେ।

Leave a Reply

Your email address will not be published. Required fields are marked *

Back to top button