ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡିର ସମନ
ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ସମନ। ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଆଇନ-୧୯୯୯ର ଏକ ମାମଲାରେ ତାଙ୍କୁ ପଚରାଉଚରା କରାଯିବ। ତେଣୁ ଆସନ୍ତାକାଲି ହାଜର ହେବାକୁ କୁହାଯାଇଛି। ଖବର ଅନୁଯାୟୀ ମନି ଲଣ୍ଡରିଂ ମାମଲାରେ ମୁମ୍ବାଇର ଟ୍ରାଇଟନ୍ ହୋଟେଲ ନାମକ ଏକ ଫାର୍ମରେ ଇଡି ଚଢ଼ଉ କରିଥିଲା। ସେହି ସମୟରେ ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଅଧିନିୟମ ୧୯୯୯ ଅଧୀନରେ ୨୯ରୁ ୩୧ ଅଗଷ୍ଟ…