୨୦ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା

ଭୁବନେଶ୍ୱର : ଆସନ୍ତାକାଲି ଅପରାହ୍ଣ ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝଡ଼ବର୍ଷା ଓ କିଛି ସ୍ଥାନରେ କୁଆପଥର ବୃଷ୍ଟିର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗୁରୁବାର ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟ ଉପର ଦେଇ ସମୁଦ୍ର ପତନଠାରୁ ୯ କିଲୋମିଟର ଉଚ୍ଚତାରେ ଦକ୍ଷିଣ ଛତିଶଗଡ଼ ଛପରେ ଏକ ଘୂର୍ଣ୍ଣିବଳୟ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝଡ଼ବର୍ଷା…

Read More

ଟିଟିଲାଗଡ଼ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ କଂଗ୍ରେସ

ଟିଟିଲାଗଡ଼ : ଆସନ୍ତା ୨୨ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିଟିଲାଗଡ ଗସ୍ତକୁ କଂଗ୍ରେସ ଦଳ ବିରୋଧ କରିବ। ଏହା କହିଛନ୍ତି ଟିଟିଲାଗଡ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ। ଖବର ଅନୁଯାୟୀ ଆସନ୍ତା ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ କଂଗ୍ରେସ ଦଳ ବିରୋଧ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶ୍ରୀ ଭୋଇ। ସେ ଅଭିଯୋଗ କରିଛନ୍ତି…

Read More

ଶାଳୀର ପ୍ରେମିକକୁ ବେକକାଟି ହତ୍ୟାକଲା ଭିଣୋଇ

ପାରାଦୀପ : ପ୍ରେମ ପାଇଁ ହତ୍ୟାକାଣ୍ଡ। ଶାଳୀର ପ୍ରେମିକକୁ ଭିଣୋଇ ତା’ର ବେକକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପାରାଦୀପ ଆଦର୍ଶ ଥାନା ପୋଲିସ ଅଞ୍ଚଳରେ ଘଟିଥିବା ଜଣାପଡିଛି। ଖବର ଅନୁଯାୟୀ ପାରାଦୀପ ବଡ଼ପଡ଼ିଆରେ ଏକ ହୋଟେଲ୍‌ରେ କାମ କରୁଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଲୋକନାଥପୁର ଗାଁ’ର ରମେଶ ଜେନା। ସେହି ଗାଁ’ର ଟୁବୁଲି ଜେନା ମଧ୍ୟ ସେଠାରେ କାମ କରୁଥିଲେ। ରମେଶର ଶାଳୀଙ୍କୁ ଟୁବୁଲି ଭଲ ପାଉଥିବା ଜାଣିବା ପରେ ଟୁବୁଲିକୁ ପ୍ରେମ ବ୍ୟାପାରରୁ…

Read More

ତାଲିବାନ-ହକ୍କାନୀ ନେଟ୍‌ଓ୍ୱାର୍କ ମଧ୍ୟରେ ଗୁଳି : ମୁଲ୍ଲା ବରାଦର ଆହତ

କାବୁଲ : କ୍ଷମତା ପାଇଁ ଆଫଗାନିସ୍ତାନରେ ସଂଘର୍ଷ। ତାଲିବାନ ଓ ହକ୍କାନୀ ନେଟ୍ ୱର୍କ ମଧ୍ୟରେ ଗୁଳିମାଡ ଯୋଗୁ ତାଲିବାନ ମୁଖ୍ୟ ମୁଲ୍ଲା ବରାଦର ଆହତ ହୋଇଥିବା ସୂଚନା ମିଳିଛି। ପାକିସ୍ତାନର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଅନ୍ତର୍ଜାତୀୟ ଚାପ ପଡୁଥିବାରୁ ନୂଆ ସରକାର ଘୋଷଣା ବିଳମ୍ବିତ ହେଉଛି। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ଚାପ ବଢ଼ିବାରୁ ତାଲିବାନ ସରକାର ଘୋଷଣା ପ୍ରକ୍ରିୟାକୁ ସପ୍ତାହକ ପାଇଁ ସ୍ଥଗିତ ରଖିଛି। ବିଭିନ୍ନ ଅଂଚଳରେ ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ହୋଇଉଠିଥିବାରୁ ତରବରିଆ…

Read More
janatakhabar.in

ବିଜୁଳି କାଟ୍ ପ୍ରତିବାଦ : ଗ୍ରୀଡକୋ ଅଫିସକୁ କଂଗ୍ରେସ କର୍ମୀଙ୍କ ଅଣ୍ଡା ଓ ଟମାଟୋ ମାଡ଼

ଭୁବନେଶ୍ଵର : ଜୁଳି କାଟ୍ ପ୍ରତିବାଦରେ ଆଜି କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ଗ୍ରୀଡକୋ ଅଫିସକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି। ସୋମବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ଗ୍ରୀଡ୍‌କୋ ଅଫିସ ଆଗରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଗ୍ରୀଡ୍‌କୋ ଅଫିସକୁ ଅଣ୍ଡା ଓ ଟମାଟୋ ମାଡ଼ କରଯାଇଥିଲା। ଏହାଛଡା ବକେୟା ବିଦ୍ୟୁତ୍ ବିଲ୍ ସୁଧ ସହ ନଦେବାକୁ ପିସିସି ସଭାପତି ଲୋକଙ୍କୁ ଆହ୍ୱାନ…

Read More
janatakhabar.in

ବିବସ୍ତ୍ର କରି ଧାର୍ମିକ ସ୍ଲୋଗାନ ଦେବାକୁ ବାଧ୍ୟ କରିବାରୁ ଉତ୍ତେଜନା

ମଧ୍ୟପ୍ରଦେଶ : ଇନ୍ଦୋରରେ ନିପନିଆ ଅଞ୍ଚଳର ଲସୁଡିଆ ଥାନା ଅଧୀନରେ ଏକ ବିବାଦୀୟ ଘଟଣା ଘଟିଛି। ଖେଳୁଥିବା ଜଣେ ୧୨ ବର୍ଷୀୟ ନାବାଳକଙ୍କୁ କିଛି ସାଥୀ ନାବାଳକ ଜୋରଜବରଦସ୍ତ ବିବସ୍ତ୍ର କରି ଧାର୍ମିକ ସ୍ଲୋଗାନ ଦେବାକୁ ବାଧ୍ୟ କରିଥିଲେ। ଏହାର ଭିଡିଓ ଭାଇରାଲ ପରେ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ପୀଡିତ ନାବାଳକର ବୟାନ ଅନୁଯାୟୀ ସେ ଘର ନିକଟରେ ଖେଳୁଥିବା ବେଳେ ଅଭିଯୁକ୍ତ ଖେଳନା ଦେବାର…

Read More
janatakhabar.in

ଛତିଶଗଡ଼ : କଂଗ୍ରେସର ଦୁଇ ପୂର୍ବତନ ବିଧାୟକଙ୍କୁ ବହିଷ୍କାର

ରାୟପୁର : ଛତିଶଗଡ଼ର ଦୁଇଜଣ ପୂର୍ବତନ ବିଧାୟକଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ସେମାନେ ହେଲେ ବିନୟ ଜୟସ୍ୱାଲ ଓ ବୃହସ୍ପତ ସିଂ। ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଉଭୟ ନେତା ଦଳର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେଥିପାଇଁ ସେମାନେଙ୍କୁ କାରଣ ଦର୍ଶାଅ ନୋଟିସ ନୋଟିସ୍ ଜାରି କରାଯାଇଥିଲଲା। ଖବର ଅନୁଯାୟୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଦଳୀୟ ନେତାମାନେ ପରସ୍ପରକୁ ଦାୟୀ କରୁଥିଲେ। ଏଥିସହ ବରିଷ୍ଠ…

Read More
janatakhabar.in

ଆୟକର ଚଢଉ : ୯୪ କୋଟି ଟଙ୍କା, ୮ କୋଟିର ହୀରା ଓ ୩୦ ଦାମୀ ଘଣ୍ଟା ଜବତ

ନୂଆଦିଲ୍ଲୀ : ଗତ ୧୨ ତାରିଖରୁ କର୍ଣ୍ଣାଟକା, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ଦିଲ୍ଲୀର ୫୫ ସ୍ଥାନରେ ଆୟକର ବିଭାଗ ରେଡ୍‌ କରିଛି। ସରକାରୀ କଣ୍ଟ୍ରାକ୍ଟର ଓ ରିୟଲି ଷ୍ଟେଟ ଡେପଲପର୍ସଙ୍କ ଠିକଣାରେ ହୋଇଛି ଏହି ଚଢ଼ଉ। ଖବର ଅନୁଯାୟୀ ସିବିଡିଟି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ରେଡ୍‌ ବେଳେ ନଗଦ ପ୍ରାୟ ୯୪ କୋଟି ଟଙ୍କା ମିଳିଛି। ଏଥିସହ ୮ କୋଟି ଟଙ୍କାର ସୁନା ଓ ହୀରା ଗହଣା ମିଳିଛି। ଏହାକୁ ମିଶାଇଲେ ୧୦୨ କୋଟିରୁ…

Read More
janatakhabar.in

ପତ୍ନୀର ଆକ୍ରମଣରେ ସ୍ଵାମୀର ଜୀବନ ଗଲା

ବ୍ରହ୍ମପୁର : ମଦ ପିଇବାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ। ପତ୍ନୀର ଆକ୍ରମଣରେ ସ୍ଵାମୀର ମୃତ୍ୟୁ। ଏହି ଅଭାବନୀୟ ଘଟଣା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗାଁରେ ଘଟିଛି। ଖବର ଅନୁଯାୟୀ ଛାମୁଣ୍ଡାର କପିଳା ବେହେରା ଓ ପତ୍ନୀ କର୍ଣ୍ଣାଟକର ଏକ ଚାହା ବାଗାନରେ କାମ କରନ୍ତି। ରବିବାର ରାତିରେ ଦୁହେଁ ଗାଁକୁ ଫେରିଥିଲେ। ବିଳମ୍ୱିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହେଲେ କପିଳା ଜଣେ ଭ୍ୟାସଗତ ମଦୁଆ ହୋଇଥିବାରୁ ଗାଁ ଲୋକେ ଗୁରୁତ୍ଵ ଦେଇନଥିଲେ। କିନ୍ତୁ…

Read More
janatakhabar.in

ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ତତ୍କାଳୀନ ଥାନା ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର : ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ତତ୍କାଳୀନ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ସହିତ ଥାନା ପୋଡ଼ି ବେଳେ ଥାନା ଛାଡ଼ି ଚାଲିଯାଇଥିବାରୁ ଏହି କାର୍ଯ୍ୟ।ନୁଷ୍ଠାନ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ଗତ ୫ ତାରିଖ ଫିରିଙ୍ଗିଆ ଥାନାପୋଡ଼ି ଘଟଣା ପରେ ତାଙ୍କୁ କନ୍ଧମାଳ ଏସପି ଫୁଲବାଣୀ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଥିଲେ। ନିଲମ୍ବିତ ଆଇଆଇସି ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ନେଇ…

Read More