janatakhabar.in

ସାଲେପୁର ଓ ରାଜନଗର ବିଜେଡିରେ ଫାଟ ପଦାକୁ ଆସିଲା

ଭୁବନେଶ୍ଵର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ପ୍ରସ୍ତୁତ ବୋଲି ନେତାମାନେ କହୁଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ଦଳୀୟ ସଙ୍ଗଠନରେ ସୃଷ୍ଟି ହୋଇଥିବା ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରାୟ ସବୁ ଜିଲ୍ଲାରେ ଏପରି ସ୍ଥିତି। କାର୍ଯ୍ୟାନୁଷ୍ଠାନକୁ କାହାରି ଭୟ ଥିବାପରି ମନେ ହେଉନାହିଁ। ରାଜନଗର ଓ ସାଲେପୁର ଏହାର ଏକ ସଦ୍ୟ ଉଦାହରଣ। ଯେଉଁଠାରେ ସମାନ୍ତରଳ ଦଳୀୟ କାର୍ଯ୍ୟକ୍ରମ ହୋଇଥିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ ବିଧାୟକ…

Read More

ୟୁଟ୍ୟୁବରେ ଅଙ୍ଗନବାଡି କର୍ମୀଙ୍କ ଅଶ୍ଳୀଳ ପୋଷ୍ଟକରି ଗିରଫ

ସମ୍ୱଲପୁର : ୟୁଟ୍ୟୁବ୍ ଚ୍ୟାନେଲରେ ଅଶ୍ଳୀଳ ପୋଷ୍ଟିଂ କରିବା ଅଭିଯୋଗରେ ବଲାଙ୍ଗିର ବୁଦ୍ଧବାହାଲର ସମରା ଗାଁର ଲକ୍ଷେଶ୍ୱର ମଲ୍ଲିକ୍ ଗିରଫ। ସେ ଜଣେ ଅଙ୍ଗନବାଡି କର୍ମୀଙ୍କ ଫଟୋ ସହିତ ଅଶ୍ଳୀଳ ଭାଷା ଲେଖି ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରିଥିଲେ। ଖବର ଅନୁଯାୟୀ ଲକ୍ଷେଶ୍ୱରର ସମ୍ବଲପୁରୀ ଦୁକାନ ନାଁରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି। କିଛିଦିନ ତଳେ ସେ ସେହି ଚ୍ୟାନେଲରେ ଜଣେ ଅଙ୍ଗନବାଡି ମହିଳା କର୍ମୀଙ୍କ ଫଟୋ ସହିତ ସେ କହୁଥିବା ଅଶ୍ଳୀଳ ଶବ୍ଦ ଓ ତାଙ୍କୁ…

Read More
janatakhabar.in

କଂଗ୍ରେସର ବ୍ଲକ ଘେରାଉ ଶୁକ୍ରବାର

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜନମାରଣ ନୀତି ଓ ଦୁର୍ନୀତି-ଅନିୟମିତତା ପ୍ରତିବାଦରେ ରାଜ୍ୟର ସମସ୍ତ ବ୍ଲକ ଘେରାଉ କରିବ କଂଗ୍ରେସ। ଏହି ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ଖବର ଅନୁଯାୟୀ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ରାଜ୍ୟର ବ୍ଲକଗୁଡ଼ିକରେ ପିସି କାରବାର ବଢ଼ିଚାଲିଛି। ଏହା ତୁରନ୍ତ ବନ୍ଦ ହେବା ଦରକାର। ଟାଟା ପାୱାର କମ୍ପାନୀ ଦ୍ୱାରା ରାଜ୍ୟରେ ବାରମ୍ବାର ପାୱାର କଟ୍‌,…

Read More

ବର୍ଷପୂର୍ତ୍ତି ପୂର୍ବରୁ ମନ୍ତ୍ରୀମାନଙ୍କୁ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ରାଜ୍ୟରେ ଚାଲିଛି ନବୀନ ସରକାର। ଆସନ୍ତା ମଇ ୨୯ ତାରିଖରେ ପଞ୍ଚମ ପାଳି ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି। ଏହା ପୂର୍ବରୁ ବିଭାଗର ସମୀକ୍ଷା ପାଇଁ ମନ୍ତ୍ରୀମାନଙ୍କୁ ଦିଆଯାଇଛି ଚିଠି। ମଇ ମାସରୁ ବିଭିନ୍ନ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ସେଥିପାଇଁ ମନ୍ତ୍ରୀମାନେ ନିଜ ବିଭାଗର ପାଞ୍ଚ ପ୍ରମୁଖ କାର୍ଯ୍ୟାବଳୀର ବିବରଣୀ ପ୍ରଦାନ କରିବେ। ରାଜ୍ୟର ମନ୍ତ୍ରୀମାନଙ୍କୁ ଚିଠି ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆସନ୍ତା ମେ ୨୯ ତାରିଖରେ ରାଜ୍ୟ ଶାସନ ଭାର ଗ୍ରହଣ…

Read More
janatakhabar.in

ଫୁଲବାଣୀ : ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ

ଫୁଲବାଣୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଫୁଲବାଣୀ ଡାକପାଲାରେ ଗୁଳିକାଣ୍ଡ ଘଟିଛି। ମଝିଆ ସାହିର ଯୁବକ ଅଜିତ ପ୍ରଧାନଙ୍କୁ ଉପରସାହିର ବୀଜବନ ବିନ୍ଧାଣୀ ଦୁଇ ରାଉଣ୍ଡ ଗୁଳି ମାରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଅଜିତଙ୍କୁ ପ୍ରଥମେ ଫୁଲବାଣୀ ମେଡିକାଲ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅଭିଯୁକ୍ତ ଫେରାର ଥିବାରୁ ଫୁଲବାଣୀ ଟାଉନ ଥାନା ପୋଲିସ ଧରିବାକୁ ଚେଷ୍ଟା ଚଳାଇଛି। ଆହତଙ୍କ ପରିବାର ଲୋକେ କହିଛନ୍ତି ଅଜିତ ଗତରାତିରେ ଉପରସାହିରେ ରହୁଥିବା ତାଙ୍କ ମା’ଙ୍କ…

Read More
janatakhabar.in

ତାମିଲନାଡ଼ୁ : ବିଜେପି-ଏଆଇଏଡିଏମକେ ସମ୍ପର୍କ ତୁଟିଲା

ଚେନ୍ନାଇ : ତାମିଲନାଡୁରେ ଭାରତୀୟ ଜନତା ପାର୍ଟିର ହାତ ଛାଡିଛି ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ ବା ଏଆଇଏଡିଏମକେ। ଏହି ଦଳର ନେତା ଡି ଜୟକୁମାର କହିଛନ୍ତି ବିଜେପି ସହ କୌଣସି ମେଣ୍ଟ ନାହିଁ। ନିର୍ବାଚନୀ ମେଣ୍ଟ ସମ୍ପର୍କରେ ନିଷ୍ପତ୍ତି କେବଳ ସେହି ସମୟରେ ନିଆଯିବ। ଖବର ଅନୁଯାୟୀ ଡି ଜୟକୁମାର କହିଛନ୍ତି ବିଜେପି ରାଜ୍ୟ ସଭାପତି ଆନ୍ନାମଲାଇ କୁପ୍ପୁସାମୀ ତାମିଲନାଡୁରେ ଏଆଇଏଡିଏମକେ ସହ ମେଣ୍ଟ କରିବାକୁ ଚାହୁଁନାହାନ୍ତି। ବିଜେପି କର୍ମୀମାନେ ଏହା ଚାହୁଁଛନ୍ତି।…

Read More
janatakhabar.in

୧୦ ଡିଗ୍ରି ତଳେ ୭ ସହରର ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ଵର : ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ୭ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିବାବେଳେ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଏଠାରେ ତାପମାତ୍ରା ୭.୫ ଡିଗ୍ରି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫, କିରେଇ ଓ ସେମିଳିଗୁଡାରେ ୮.୭ ଡିଗ୍ରି, ଦାରିଙ୍ଗବାଡ଼ିରେ ୯.୫, କୋରାପୁଟରେ ୯.୬ ଓ ରାଉରକେଲାରେ ୯.୭ ଡିଗ୍ରି ରେକର୍ଡ କରାଯାଇଛି। କଟକରେ ସର୍ବନିମ୍ନ ତାପମାତ୍ରା…

Read More
janatakhabar.in

ଭିସେରା ରିପୋର୍ଟ : ମୃତ୍ୟୁ ପୂର୍ବରୁ ନିଶା ସେବନ ଅରିଥିଲେ ଚିନ୍ମୟୀ

ଭୁବନେଶ୍ଵର : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ପୂର୍ବରୁ ନିଶା ସେବନ ଅରିଥିଲେ। ଭିସେରା ରିପୋର୍ଟରେ ଚିନ୍ମୟୀ ଇଥାଇଲ ଆଲକହଲ ସେବନ କରିଥିବା ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ସେ କହିଛନ୍ତି ଚିନ୍ମୟୀ ଓ ତାଙ୍କ ପୁରୁଷବନ୍ଧୁ ହୋଟେଲରେ ପିଇବା ବେଳର ସିସିଟିଭି ଫୁଟେଜ ସିଜ୍ ହୋଇଛି। କିନ୍ତୁ ବ୍ୟବଚ୍ଛେଦ ଓ ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଆସିଥିଲା। ଏହା ଆତ୍ମହତ୍ୟା…

Read More
janatakhabar.in

ଶିଶୁ ଅଦଳବଦଳ ଡିଏନ୍‌ଏ ରିପୋର୍ଟ : ପୁଅ ନୁହେଁ ଝିଅ ହୋଇଥିଲା

ଭୁବନେଶ୍ଵର : ରାଜଧାନୀ କ୍ୟାପିଟାଲ ହସ୍ପିଟାଲ ଶିଶୁ ଅଦଳବଦଳର ଡିଏନ୍‌ଏ ରିପୋର୍ଟ ସ୍ପଷ୍ଟ କରିଛି ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ପୁଅ ନୁହେଁ ଝିଅ ହୋଇଥିଲା। ଖବର ଅନୁଯାୟୀ ଗତ ସେପ୍ଟେମ୍ବର ୨୬ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଥିଲା। ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ପତ୍ନୀଙ୍କର ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ। କିନ୍ତୁ ତାଙ୍କୁ ହସ୍ତାନ୍ତର କରାଗଲା କନ୍ୟା ସନ୍ତାନ। ଏନେଇ ସେ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ନିର୍ଦ୍ଦେଶକ କହିଥିଲେ…

Read More
janatakhabar.in

ଭିଆରଏସ ନେବେ ଅଭ୍ୟାସଗତ ମଦ୍ୟପ ପୋଲିସ ଅଧିକାରୀ

ଗୌହାଟି : ନିୟମିତ ମଦ୍ୟପାନ କରୁଥିବା ବା ଅଭ୍ୟାସଗତ ମଦ୍ୟପ ପୋଲିସ ବାବୁମାନଙ୍କ ସ୍ଵେଚ୍ଛାକୃତ ଅବସର ନେବାକୁ ପଡିବ। ଆସାମ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ତୁରନ୍ତ ଚାକିରି ଛାଡ଼ିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି ଯେଉଁମାନେ ଅଭ୍ୟାସଗତ ମଦ୍ୟପ ସେମାନେ ଆଉ ପୋଲିସ ଚାକିରି କରିବାକୁ ଫିଟ୍ ନୁହଁନ୍ତି। ସେମାନେ ଅସୁସ୍ଥ ହୋଇସାରିଥିବାରୁ ଶରୀର ଆଉ ସାଥ୍ ଦେଉନାହିଁ। ତେଣୁ ସରାକାର ସେମାନଙ୍କ ପାଇଁ ଏକ ଯୋଜନା…

Read More