JANATAKHABAR.IN

ହନିଟ୍ରାପ୍‌ରେ ଫସାଇ ଗୁପ୍ତ ତଥ୍ୟ ନେଉଥିଲେ ରହସ୍ୟମୟୀ

ଭୁବନେଶ୍ୱର : ହନିଟ୍ରାପ୍‌ରେ ଫସାଇ ଚାନ୍ଦିପୁର ଡିଆରଡିଓର ୫ଜଣ ଠିକ କର୍ମଚାରୀଙ୍କଠାରୁ ଦେଶର ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ ନେଇଥିଲେ ରହସ୍ୟମୟୀ ମହିଳା। ବିବାହ ପାଇଁ ଦେଉଥିଲେ ଅଫର। ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବା ବେଳେ କ୍ରାଇମବ୍ରାଞ୍ଚକୁ ଏହି ଚାଞ୍ଚଲ୍ୟକର ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ତଥ୍ୟ ଅନୁଯାୟୀ ରହସ୍ୟମୟୀ ମହିଳାଜଣକ ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବୃଆରୀରୁ ଅଭିଯୁକ୍ତମାନଙ୍କ ସହିତ କଥା ହେଉଥିଲେ। କାହାକୁ ବ୍ରିଟେନ ଲିଭରପୁଲରେ ଓ ଆଉ କାହାକୁ ରାଜସ୍ଥାନରେ ରହୁଛି…

Read More

ଜଳଦ କୁମାର ତ୍ରିପାଠୀ ହେବେ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର : ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ତଥା ତାମିଲନାଡ଼ୁର ପୂର୍ବତନ ପୋଲିସ ଡିଜି ଜଳଦ କୁମାର ତ୍ରିପାଠୀ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ତାଙ୍କ ନାଁ ଉପରେ ମୋହର ବାଜିଛି। ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଉଛି। ଖବର ଅନୁଯାୟୀ ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ ଅବସର ପରେ…

Read More

୧୧ଟି ସହରରେ ହେବ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌

ଭୁବନେଶ୍ୱର : ଓଡ଼ିଶା ଖଣିଜ ଅଂଚଳ ଉନ୍ନୟନ ନିଗମ ପାଣ୍ଠିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକାଶ, ସହରାଂଚଳରେ ଇନ୍‌ଡୋର୍‌ ଷ୍ଟାଡିୟମ ପ୍ରତିଷ୍ଠା ଓ ପରିବେଶ ସୁରକ୍ଷା ପରିଚାଳନା ଆଦି କ୍ଷେତ୍ରପାଇଁ ୬୪୦.୬୫ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଗମର ନିର୍ଦ୍ଦେଶକ ପରିଷଦ ବୈଠକରେ ଏହି ମଂଜୁରି ଦିଆଯାଇଛି। ସୂଚନାଯୋଗ୍ୟ ଖଣିଜ ଅଂଚଳ ଅନ୍ତର୍ଗତ ୧୧ଟି ସହରାଂଚଳରେ ବହୁମୁଖୀ-ଗୃହଭିତର ଷ୍ଟାଡିୟମ୍‌ ନିର୍ମାଣ ନିମନ୍ତେ ୯ଟି ପୌର…

Read More

ଭିଆର ଚୌଧୁରୀ ହେବେ ବାୟୁସେନାର ନୂଆ ମୁଖ୍ୟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ଭାବେ ଏୟାର ମାର୍ସାଲ ଭି.ଆର.ଚୌଧୁରୀଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ସେପ୍ଟେମ୍ବର ୩୦ରେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଆରକେଏସ୍ ଭାଦୁରିଆ ଅବସର ଗ୍ରହଣ କରିବା ପରେ ସେ ଦାୟିତ୍ୱ ଗ୍ରହଣ କରିବେ। ଏବେ ସେ ବାୟୁସେନାର ଉପମୁଖ୍ୟ ଓ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର କମାଣ୍ଡର-ଇନ-ଚିଫ ଅଛନ୍ତି। ସୂଚନାଯୋଗ୍ୟ ୧୯୮୨…

Read More

ଶିଷ୍ୟର ବ୍ଲାକ ମେଲିଂ ଧମକ ମହନ୍ତଙ୍କ ଆତ୍ମହତ୍ୟାର କାରଣ

ପ୍ରୟାଗରାଜ : ଶିଷ୍ୟ ଆନନ୍ଦ ଗିରିଙ୍କ ବ୍ଲାକ ମେଲିଂ ଧମକ ପାଇଁ ପ୍ରୟାଗରାଜ ଆଖଡା ପରିଷଦର ସଭାପତି ନରେନ୍ଦ୍ର ଗିରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ମୃତ୍ୟୁ ପୂର୍ବରୁ ଲେଖା ଯାଇଥିବା ସୁଇସାଇଡାଲ ନୋଟ୍‌ରୁ ଏହି ତଥ୍ୟ ମିଳିଛି। ଅଖିଳ ପରିଷଦ ଆଖଡ଼ା ପରିଷଦ ଲେଟର ପ୍ୟାଡ୍‌ରେ ଲେଖାଯାଇଥିବା ଏକ ଚିଠିକୁ ପୋଲିସ ଜବତ କରିଛି। ସେଥିରେ ମହନ୍ତ ନରେନ୍ଦ୍ର ଗିରି ଲେଖିଛନ୍ତି ତାଙ୍କ ଫଟୋକୁ ମହିଳାଙ୍କ ସହ ଯୋଡ଼ି ବଦନାମ କରିବା ଏବଂ ଫଟୋକୁ ଭାଇରାଲ…

Read More

ୟୁଟ୍ୟୁବରେ ଅଙ୍ଗନବାଡି କର୍ମୀଙ୍କ ଅଶ୍ଳୀଳ ପୋଷ୍ଟକରି ଗିରଫ

ସମ୍ୱଲପୁର : ୟୁଟ୍ୟୁବ୍ ଚ୍ୟାନେଲରେ ଅଶ୍ଳୀଳ ପୋଷ୍ଟିଂ କରିବା ଅଭିଯୋଗରେ ବଲାଙ୍ଗିର ବୁଦ୍ଧବାହାଲର ସମରା ଗାଁର ଲକ୍ଷେଶ୍ୱର ମଲ୍ଲିକ୍ ଗିରଫ। ସେ ଜଣେ ଅଙ୍ଗନବାଡି କର୍ମୀଙ୍କ ଫଟୋ ସହିତ ଅଶ୍ଳୀଳ ଭାଷା ଲେଖି ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରିଥିଲେ। ଖବର ଅନୁଯାୟୀ ଲକ୍ଷେଶ୍ୱରର ସମ୍ବଲପୁରୀ ଦୁକାନ ନାଁରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି। କିଛିଦିନ ତଳେ ସେ ସେହି ଚ୍ୟାନେଲରେ ଜଣେ ଅଙ୍ଗନବାଡି ମହିଳା କର୍ମୀଙ୍କ ଫଟୋ ସହିତ ସେ କହୁଥିବା ଅଶ୍ଳୀଳ ଶବ୍ଦ ଓ ତାଙ୍କୁ…

Read More

ଅକ୍ଟୋବରରୁ ଡେବିଟ ଓ କ୍ରେଡିଟ କାର୍ଡ ପେମେଣ୍ଟ ପଦ୍ଧତି ବଦଳିବ

ନୂଆଦିଲ୍ଲୀ : ଆସନ୍ତା ମାସରୁ ଅଟୋ ଡେବିଟ୍ ପେମେଣ୍ଟ ବ୍ୟବସ୍ଥାରେ ପରିବର୍ତ୍ତନ ହେବାକୁ ଯାଉଛି। ନୂଆ ନିୟମ ଅନୁସାରେ ବ୍ୟାଙ୍କ ଓ ପେ-ଟିଏମ, ଫୋନ ପେ ଭଳି ଡିଜିଟାଲ ପ୍ଲାଟଫର୍ମକୁ କିସ୍ତି ଅଥବା ବିଲ ବାବଦ ଅର୍ଥ କାଟିବା ପୂର୍ବରୁ ପ୍ରତ୍ୟେକ ଥର ଅନୁମତି ନେବାକୁ ପଡିବ। ତେଣୁ ଏହି ସଂସ୍ଥା ଗୁଡିକ ପୂର୍ବ ଭଳି ଥରେ ଅର୍ଥ କାଟି ନେବା ପରେ ବାରମ୍ବାର ଯେପରି ନ କଟିବି ସେଥିପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବେ। ଭାରତୀୟ ରିଜର୍ଭ…

Read More

ଭାରତୀୟ ଏସଏମବି ସମୂହ ପାଇଁ ନିଓବ୍ୟାଙ୍କ ଫ୍ଲୋବିଜ୍‍ ପକ୍ଷରୁ ସିରିଜ୍‍ ‘ବି’ରେ ୩୧ ନିୟୁତ ଡଲାର ସଂଗ୍ରହ

ବେଙ୍ଗାଲୁରୁ/ ଭୁବନେଶ୍ୱର : ଭାରତୀୟ ଏସଏମବି ଗୁଡିକ ପାଇଁ ଏକ ନିଓବ୍ୟାଙ୍କ ଫ୍ଲୋବିଜ୍‍, ସିରିଜ ‘ବି’ ପର୍ଯ୍ୟାୟରେ ସିକୋଇଆ କ୍ୟାପିଟାଲ ଇଣ୍ଡିଆ, ଥିଙ୍କ ଇନଭେଷ୍ଟମେଣ୍ଟସ ଓ ଏହାର ନିବେଶକ ଏଲିଭେସନ କ୍ୟାପିଟାଲ ଏବଂ ବିନେକ୍ସଟ ଦ୍ୱାରା ୩୧ ନିୟୁତ ଡଲାର ସଂଗ୍ରହ କରିଛି। ଏହି ପାଣ୍ଠିକୁ ଟିମ୍‍ ସମ୍ପ୍ରସାରଣ, ଉତ୍ପାଦ ବିକାଶ ଓ ଆବଣ୍ଟନ ବ୍ୟବସ୍ଥାରେ ସମ୍ପ୍ରସାରଣ କରି ଅଧିକ ବ୍ୟବସାୟ ସଂସ୍ଥାକୁ ସେବା ଯୋଗାଇବା କ୍ଷେତ୍ରରେ ନିବେଶ କରାଯିବ। ଫ୍ଲୋବିଜ୍‍ ଖୁବଶୀଘ୍ର ଆର୍ଥିକ ସେବା କ୍ଷେତ୍ରକୁ…

Read More

ସୁଟିଂ ସେଟ୍‌ରେ ଏଇ ଅଭିନେତ୍ରୀଙ୍କ ସହିତ ହୋଇଥିଲା ଜୋର ଜବରଦସ୍ତି

ମୁମ୍ବାଇ : ମାତ୍ର ୧୫ ବର୍ଷ ବୟସରେ ବଲିଉଡ୍ ଅଭିନେତ୍ରୀ ରେଖାଙ୍କ ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ହୋଇଥିଲା ଜୋର ଜବରଦସ୍ତି। ଯାହା ସେତେବେଳେ ଥିଲା ଚର୍ଚ୍ଚାର ବିଷୟ। ଖବର ଅନୁଯାୟୀ ୧୯୬୯ ମସିହାରେ ରେଖାଙ୍କ ପ୍ରଥମ ଫିଲ୍ମ ‘ଅନଜାନ୍ ସଫର୍’ର ସୁଟିଂ ହେଉଥିଲା। କିନ୍ତୁ କୌଣସି କାରଣରୁ ଏହି ଫିଲ୍ମ ୧୦ ବର୍ଷ ପରେ ‘ଦୋ ଶିକାରୀ’ ନାମରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ହୋଇଥିବା ରୋମାଣ୍ଟିକ୍ ସିନ୍ ରେଖାଙ୍କୁ ରାତାରାତି ଚର୍ଚ୍ଚିତ କରିଦେଇଥିଲା। ଏହି ସିନ୍‌ର…

Read More

ତାଲିବାନର ଡ୍ରଗ୍ସ ଚୋରା ଚାଲାଣ : ଗୁଜୁରାଟରେ ୨୧ ହଜାର କୋଟିର ହେରୋଇନ ଜବତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିବା ତାଲିବାନ ପୁଣି ଡ୍ରଗ୍ସ ବ୍ୟବସାୟ ଆରମ୍ଭ କରିଦେଲାଣି। ଗତ ସପ୍ତାହରେ ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କା ମୂଲ୍ୟର ପ୍ରାୟ ୩ ହଜାର କିଲୋଗ୍ରାମ ହେରୋଇନ ଧରାପଡ଼ିବା ପରେ ଏହି ସଂଦେହ ଦୃଢ ହେବାରେ ଲାଗିଛି। ଖବର ଅନୁଯାୟୀ ପୂର୍ବର ଅସରଫ ଗନି ସରକାର ଆଫଗାନିସ୍ତାନରେ ଡ୍ରଗ୍ସ ଚୋରାଚାଲାଣ ଉପରେ ନିଷେଧାଜ୍ଞା ଲଗାଯାଇଥିଲା। କିନ୍ତୁ ତାଲିବାନର ଡ୍ରଗ୍ସ ଚୋରା କାରବାର ମୁଖ୍ୟ ଆୟ ହୋଇଥିବାରୁ ଏହାକୁ ପୁଣି…

Read More