ଜଳଦ କୁମାର ତ୍ରିପାଠୀ ହେବେ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର : ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ତଥା ତାମିଲନାଡ଼ୁର ପୂର୍ବତନ ପୋଲିସ ଡିଜି ଜଳଦ କୁମାର ତ୍ରିପାଠୀ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ତାଙ୍କ ନାଁ ଉପରେ ମୋହର ବାଜିଛି। ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଉଛି।

ଖବର ଅନୁଯାୟୀ ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ ଅବସର ପରେ ପଦବୀ ଖାଲି ପଡ଼ିଥିଲା। ଏହାକୁ ପୂରଣ କରିବା ନିମନ୍ତେ ରାଜ୍ୟ ସରକାର ୩ଜଣ ବରିଷ୍ଠ ଅଧିକାରୀଙ୍କ ନାଁ ସର୍ଟଲିଷ୍ଟ କରିଥିଲେ। ଏଥିରେ ଥିଲେ ତାମିଲନାଡୁର ପୂର୍ବତନ ଡିଜି ଜଳଦ କୁମାର ତ୍ରିପାଠୀ, ରାଜ୍ୟର ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଓ ଆଇପିଏସ୍ ଏମ.ଅକ୍ଷୟ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଜେକେ ତ୍ରିପାଠୀଙ୍କ ନାଁ ଚୂଡାନ୍ତ ହୋଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ୨୦୨୧ ଅଗଷ୍ଟ ୧୫ରୁ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବାଳକୃଷ୍ଣ ମହାପାତ୍ର ଏବେ ଅସ୍ଥାୟୀ ଭାବେ ସେହି ଦାୟିତ୍ୱ ତୁଲାଉଛନ୍ତି।ରାଜ୍ୟ ସୂଚନା କମିଶନରେ ଏବେ ବାଳକୃଷ୍ଣ ମହାପାତ୍ରଙ୍କ ସମେତ ବିକ୍ରମ କୁମାର ସେନାପତି, ଦିଲ୍ଳୀପ କୁମାର ବିଶୋୟୀ ଓ ସଞ୍ଜୟ କେଶରୀ ସ୍ୱାଇଁ ସଦସ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button