ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ଼ : କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର ଗଙ୍ଗାସାଗର ଗ୍ରାମ ନିକଟ ପଳାସ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନଥିଲେ ହେଁ ପୋଲିସ ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ ଗଙ୍ଗାସାଗର ନିକଟସ୍ଥ ପଳାସ ଗଛରେ ଜଣେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି। ଗ୍ରାମର କିଛି ଲୋକ ଜମିକୁ ଶୌଚ ପାଇଁ ଯାଇଥିବା ବେଳେ ଯୁବତୀଜଣକ ଓଢଣିରେ ଗଛରେ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ସେଠାରେ ଯୁବତୀଙ୍କ ଭ୍ୟାନିଟି ବ୍ୟାଗ, ମୋବାଇଲ ଫୋନ ଓ ରାସ୍ତାରେ ଏକ ସ୍କୁଟି ରହିଥିବା ଦେଖିବାକୁ ମିଳିଛି। ପ୍ରାଥମିକ ତଦନ୍ତରୁ ଯୁବତୀଜଣକ ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଛାତ୍ରୀ। ତାଙ୍କ ନାମ ରଞ୍ଜୁ ଦଣ୍ଡସେନା। ଘର ଚୁଡାପାଲି ନିକଟସ୍ଥ ଡୁମେରପଦରର ବୋଲି ଜଣାପଡ଼ିଛି।