ଡାଇବେଟିସର ନୂଆ ଲକ୍ଷଣ

ସାଧାରଣତଃ ଅଧିକ ଥର ଭୋକ ଓ ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଗଲେ ଲୋକେ ଡାକ୍ତରଙ୍କ ପାଖରେ ଡାଇବେଟିସ୍ ପରୀକ୍ଷା କରନ୍ତି। ହେଲେ ମୁହଁରୁ ଆସାମାନ୍ୟ ଗନ୍ଧ ବାହାରୁଥିଲେ ବ୍ଲଡ ସୁଗାର ଅଧିକ ହୋଇପାରେ। ବିଶେଷଜ୍ଞମାନେ ଏହା ନୂଆ ଲକ୍ଷଣ ବୋଲି ଦାବି କରୁଛନ୍ତି।

ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି। ଏଥିରୁ ଅଧିକାଂଶ ଟାଇପ୍ -୨ ଡାଇବେଟିସ୍। ଏହାର କିଛି ସାଧାରଣ ଲକ୍ଷଣ ଜଣାପଡିଥିଲେ ମଧ୍ୟ ଏବେ ଆଉ ଏକ ଲକ୍ଷଣ ସାମ୍ନାକୁ ଆସିଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି। ଯଦି ମୁହଁରୁ ଆସାମାନ୍ୟ ଗନ୍ଧ ବାହାରୁଛି ତେବେ ଏହାର ଅର୍ଥ ଆପଣଙ୍କ ବ୍ଲଡ ସୁଗାର ଅଧିକ। ଅର୍ଥାତ ଡାଇବେଟିସ୍ ହେବାର ଏହା ହେଉଛି ଆଉ ଏକ ଲକ୍ଷଣ। ପାଟିରୁ ଫଳର ଗନ୍ଧ ଆସିଲେ ଏହା ‘ଡାଏବେଟିକ୍ କିଟୋଏସିଡୋସିସ୍’ର ଲକ୍ଷଣ ହୋଇପାରେ। ଯାହା ମଧୁମେହର ପ୍ରାରମ୍ଭିକ ଲକ୍ଷଣ ବୋଲି କୁହାଯାଇଛି।

ୱେଟୱଚର୍ସଙ୍କ ଅନୁସାରେ ଡାଏବେଟିକ୍ କିଟୋଏସିଡୋସିସ୍’ ଶରୀର ମଧ୍ୟରେ ହେଉଥିବା ଏକ ପ୍ରକ୍ରିୟା। ଯେଉଁଥିରେ ଇନସୁଲିନ୍ ମାତ୍ରା କମିଯିବା ସହିତ ରକ୍ତ କଣିକାରେ ହାନିକାରକ କିଟୋନ୍ସ ସୃଷ୍ଟିି ହୁଏ। ତେଣୁ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ ଥାଏ। ସେ ଦୃଷ୍ଟିରୁ ପାଟିରୁ ଏଭଳି ଗନ୍ଧ ବାହାରିଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବାକୁ ବିଶେଷଜ୍ଞ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button