ଦମ୍ଦାର ଭୂମିକାରେ ତାରା

ମୁମ୍ୱାଇ : ଫିଲ୍ମ ‘ଏକ୍ ଭିଲେନ୍ ରିଟର୍ନସ୍’ରେ ଅଭିନୟ କରିଥିବା ତାରାଙ୍କୁ ନିଖିଲ ନାଗେଶ ଭଟଙ୍କ ନିର୍ଦ୍ଦେଶିତ ‘ଅପୂର୍ବ’ରେ ଖୁବ୍ଶୀଘ୍ର ଦେଖିବାକୁ ମିଳିବ। ଏହି ଥ୍ରିଲର୍ ଫିଲ୍ମରେ ସେ ମୁଖ୍ୟ ନାୟିକା ଭୂମିକାରେ ଥିବା ବେଳେ ଧୈର୍ଯ୍ୟ କାରୱାଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି। ଅଭିଷେକ ବାନାର୍ଜୀ, ରାଜପାଲ ଯାଦବ ଓ ସୁମିତ ଗୁଲାଟି ଏଥିରେ ପ୍ରମୁଖ ଭୂମିକାରେ ରହିଛନ୍ତି।
ଖବର ଅନୁଯାୟୀ ଚଳିତବର୍ଷ ଆରମ୍ଭରେ ତାରା ପ୍ରେମିକ ଆଦାର ଜୈନ୍ଙ୍କଠାରୁ ଅଲଗା ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏହି ଯୋଡ଼ି ସେମାନଙ୍କ ରୋମାନ୍ସ ବିଷୟରେ କେବେ ଖୁଲୁମ ଖୋଲା କଥା ହୋଇନଥିଲେ। କିନ୍ତୁ ବିଭିନ୍ନ ସ୍ଥାନରେ ଏକାଠି ବୁଲିବା ଓ ଛୁଟିଦିନରେ ଦୁହିଁଙ୍କୁ ଦେଖିବା ପରେ ଏମାନଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ ଆସିଥିଲା। ତେବେ ଜାନୁଆରୀରେ ଏହି ଯୋଡ଼ି ପରସ୍ପରଠୁ ଅଲଗା ହୋଇଯାଇଛନ୍ତି। ତାରା ଏବେ ଫିଲ୍ମ ଉପରେ ଅଧିକ ଫୋକସ୍ କରୁଥିବାରୁ ଆଗକୁ ସିନେପ୍ରେମୀମାନେ ତାଙ୍କୁ ଏକାଧିକ ପ୍ରୋଜେକ୍ଟରେ ଦେଖିବାକୁ ପାଇବେ।
ଏଇ ନିକଟରେ ତାରାଙ୍କ ଫଟୋସୁଟ୍ ସରିଛି। ଯେଉଁଥିରେ ସେ ଜଳପରୀ ଲୁକ୍ରେ ନଜର ଆସିଥିବା ବେଳେ ଫଟୋଦେଖି ଫ୍ୟାନମାନେ ତାଙ୍କୁ ବାସ୍ତବ ଜଳପରୀ ବୋଲି କହିଛନ୍ତି। ତାଙ୍କର ଏପରି ଲୁକ୍ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ୟୁଜର୍ କହିଛନ୍ତି।