ଆନନ୍ଦପୁର ବ୍ୟାରେଜ ପଥର ପ୍ୟାକିଂ କାର୍ଯ୍ୟ ତଦାରଖ କଲେ ଓଡ଼ିଶା ପବ୍ଲିକ ଏକାଉଣ୍ଟ ଟିମ୍

ଆନନ୍ଦପୁର : ବୈଶରଣୀ ନଦୀର ଦକ୍ଷିଣ ପାର୍ଶ୍ଵ ଡଙ୍ଗାଘାଟର ପଥର ପ୍ୟାକିଂ କାର୍ଯ୍ୟକୁ ୧୭ ତାରିଖ ଦିନ ଓଡ଼ିଶା ପବ୍ଳିକ ଏକାଉଣ୍ଟ ଟିମ୍ ପରିଦର୍ଶନ କରିଛନ୍ତି।

ଖବର ଅନୁଯାୟୀ ଆନନ୍ଦପୁର ବ୍ୟରେକ ପକ୍ଷରୁ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ଵ ପଥର ପ୍ୟାକିଂ କାର୍ଯ୍ୟ ଝାଡେଶ୍ଵର ମନ୍ଦିର ଠାରୁ ଖପରାଖାଇ ପର୍ଯ୍ୟନ୍ତ କରାଯାଇଛି। ଏହି କାର୍ଯ୍ୟରେ ବ୍ୟବହୃତ ପଥର ବେଆଇନ ଓ ନିମ୍ନମାନର ନେଇ ଅଭିଯୋଗ ହୋଇଥିଲା। ମଙ୍ଗଳବାର ଓଡ଼ିଶା ପବ୍ଲିକ ଏକାଉଂଟ କମିଟିର ଅଧକ୍ଷ ମୋହନ ଚରଣ ମାଝୀଙ୍କ ନିକଟରେ ପୃଥିରାଜ କୁଅଁର ବାରମ୍ଵାର ଅଭିଯୋଗ କରିଥିଲେ। ପବ୍ଲିକ ଏକାଉଂଟ କମିଟିର ଅଧକ୍ଷ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ କମିଟିର ସଦସ୍ୟ ତଥା ବିଧାୟକ ସୁକାନ୍ତ ନାୟକ, ନାଉରୀ ନାୟକଙ୍କ ସହିତ ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀ, ଆନନ୍ଦପୁର ବ୍ୟାରେଜର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଭିନାଶ ରାଉଳ, ଏସ ସି ସ୍ନେହାଶିଷ ଚେହେରା ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ।

ଅପରାହ୍ନ ୪ ଘଟିକା ସମୟରେ ଡ଼ଙ୍ଗାଘାଟର ପଥର ପ୍ୟାକିଂ କାର୍ଯ୍ୟ ତଦାରଖ ସମୟରେ ପଥର ପ୍ୟାକିଂରେ ଫାଳ, ଛୋଟ ପଥର ବ୍ୟବହାର, ନଦୀଘାଟ ରାସ୍ତା କରାନଯିବା ଭଳି ସମସ୍ୟା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ କମିଟିର ଅଧ୍ୟକ୍ଷ ଶ୍ରୀ ମାଝୀ। ଏହି ପଥର କେଉଁ ଜାଗାରୁ ଆସିଛି ତା’ର ତର୍ଜମା କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଆନନ୍ଦପୁର ବ୍ୟାରେଜର କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ସେଠୀ ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥୁରାଜ କୁଅଁର, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦ, ଜିଲ୍ଲା ସମ୍ପାଦକ ଦିପକ ଜେନା।, ଆନନ୍ଦପୁର ନଗର ମଣ୍ଡଳ ସଭାପତି ପ୍ରଶାନ୍ତ କୁମାନ ମହାପାତ୍ର, ରାଜକିଶୋର ସାହୁ, ପ୍ରଣବନ୍ଧୁ ସାହୁ, ସମାଜସେବୀ ଦେବରଂଜନ ସାହୁ ପ୍ରମୁଖ ଓଡ଼ିଶା ପବ୍ଲିକ ଏକାଉଣ୍ଟ ନିମର ଅଧ୍ୟକ୍ଷ ମୋହନ ଚରଣ ମାଝିଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ।

ପବ୍ଲିକ ଏକାଉଣ୍ଟ କମିଟିର ଅଧ୍ୟକ୍ଷ ଶ୍ରୀ ମାଝି ଭୋଳନୂଆଗାଁ ପଥର ଖାଦାନକୁ ବୁଲି ଦେଖିଥିଲେ ଲଘୁ ଖଣିଜ ନିୟମରେ ମାଟି ତଳୁ ୬ ମିଟର ଯାଏ ଖୋଳିବାକୁ ଥିବାବେଳ ମାତ୍ରାଧିକ ଖନନ କରାଯାଇଥିବାରୁ ଉଦବେଗ ପ୍ରକାଶ କରିଛନ୍ତି। ଆକଳନ ହୋଇଛି ଭୋଳନୂଆଗାଁ ପଥର ଖାଦାନରୁ ଉତ୍ତୋଳନ କରାଯାଇଥିବା ପଥରର ମୂଲ୍ୟ ୧୦ହଜାର କୋଟି ଟଙ୍କା ହେବ। ଲିଜ ନ ଥାଇ ବେଆଇନ ଭାବରେ ୪୦୦ ଫୁଟ ଲମ୍ବ ୧୫୦ଫୁଟ ଗଭୀର ଓ ୨୦୦ ପୁଟ ଓସାରର ଖୋଳି ମାଫିଆମାନେ ପଥର ଲୁଟ କରିଥିବା ବେଳେ ପ୍ରଶାସନ ପାଖରେ ଖବର ନହିଁ। ଯାଜପୁରର ଡଙ୍କୁରୀ ପାହାଡ ପରେ ଏବେ ଭୋଜନୂଆ ଗାଁ ହେବ ଓଡ଼ିଶାର ଚର୍ଚ୍ଚିତ ପଥର ଖଣି। ଯେଉଁଠି ବିନା ଅନୁମତିରେ ପଥର ମାଫିଆମାନେ ପ୍ରଶାସନ ଅଗୋଚରରେ କୋଟି କୋଟି ଟଙ୍କାର ମୁନାଫା କମାଇ ପାରିଛନ୍ତି। ଏ ସଂପର୍କରେ ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀ ଜାଣି ନ ଥିବା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button