ପଞ୍ଜାବରେ ଗ୍ୟାସ୍ ଲିକ୍ : ୧୧ ମୃତ, ୧୧ ଗୁରୁତର

ନୂଆଦିଲ୍ଲୀ : ପଞ୍ଜାବ ଲୁଧିଆନା ଅନ୍ତର୍ଗତ ଗିୟାସପୁରା ଅଞ୍ଚଳରେ ଏକ କାରଖାନାରୁ ଗ୍ୟାସ ଲିକ୍ ହେବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୧ ଜଣ ଗୁରୁତର ଅସୁସ୍ଥ ହୋଇଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୩ ନାବାଳକ ଓ ୫ ମହିଳା। ପ୍ରଭାବିତ ଅଞ୍ଚଳକୁ କର୍ଡନ୍ କରାଯାଇ ଉଦ୍ଧାର କାର୍ଯ୍ୟ ଚାଲିଛି। ସେଠାରେ ଅଗ୍ନିଶମ ବାହିନୀର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଏନ୍ଡିଆରଏଫ୍ ଟିମ୍ପ, ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି।
ଲୁଧିଆନାର ସବ୍ ଡିଭିଜିନାଲ୍ ମାଜିଷ୍ଟ୍ରେଟ୍ ସ୍ଵାତୀ ତିୱାନା ଗଣମାଧ୍ୟମକୁ କହିଛନ୍ତି ଏହା ଏକ ଗ୍ୟାସ୍ ଲିକ୍ ଘଟଣା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଘଟଣାସ୍ଥଳରେ ପହଞ୍ଚି ଜନସ୍ଥାନାନ୍ତରଣ ଓ ଉଦ୍ଧାର ଅଭିଯାନ ଚଳାଇଛି। କେଉଁ ପ୍ରକାର ଗ୍ୟାସ୍ ଓ କେଉଁଠୁ ଲିକ୍ ହୋଇଛି ତାହା ଜଣାପଡ଼ିନାହିଁ। ଏନ୍ଡିଆର୍ଏଫ୍ ଟିମ୍ ତାହାର ତଦନ୍ତ କରିବ ବୋଲି ସେ କହିଛନ୍ତି।