ପୂଜା ପାଇଁ ମହିଳା କର୍ମଚାରୀଙ୍କୁ ସ୍ୱତନ୍ତ୍ର ଛୁଟି

ନୂଆଦିଲ୍ଲୀ : ଏଣିକି ପୂଜା ପାଇଁ ମହିଳା କର୍ମଚାରୀଙ୍କୁ ମିଳିବ ସ୍ୱତନ୍ତ୍ର ଛୁଟି। ପୁଡ଼ୁଚେରୀ ସରକାରଙ୍କ ଘୋଷଣା ଅନୁଯାୟୀ ମହିଳା କର୍ମଚାରୀ ଥିବା କାର୍ଯ୍ୟାଳୟରେ ଏହି ନିୟମ ଲାଗୁ ହେବ। କିନ୍ତୁ ଜରୁରୀକାଳୀନ ବିଭାଗରେ କାମ କରୁଥିବାରୁ ମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି।
ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ମହିଳା କର୍ମଚାରୀ ଥିବା କାର୍ଯ୍ୟାଳୟରେ ଏହି ନିୟମ ଲାଗୁ ହେବ। କାମ ଯେପରି ପ୍ରଭାବିତ ନହେବ ସେଥିପାଇଁ ପାଳିକରି ଦିଆଯିବ ଛୁଟି। ସେମାନେ ନିର୍ଦ୍ଧାରିତ ଅଫିସ୍ ସମୟରୁ ଦୁଇଘଣ୍ଟା ଠାକୁରଙ୍କ ପୂଜାରେ ବିତାଇ ପାରିବେ। ଏଥିପାଇଁ ମାସର ୩ଟି ଶୁକ୍ରବାର ଦୁଇଘଣ୍ଟା ସ୍ଵତନ୍ତ୍ର ଛୁଟି ଦେବାପାଇଁ ନିଷ୍ପତ୍ତି ହୋଇଛି। ଶୁକ୍ରବାର ସକାଳ ୮ଟା ୪୫ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ ମହିଳାମାନେ ଘରେ ପୂଜାପାଠ ସାରି ଅଫିସକୁ ଆସିବେ। ହେଲେ ହସ୍ପିଟାଲ, ଥାନା ଓ ଶିକ୍ଷାନୁଷ୍ଠାନ ଆଦିରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଛୁଟି ମିଳିବନି ବୋଲି ସ୍ପଷ୍ଟ କରାଯାଇଛି।