୨୦୨୪ ନିର୍ବାଚନ ଲଢ଼ିବେନି : ନରସିଂହ ମିଶ୍ର

ବଲାଙ୍ଗୀର : ଆଗାମୀ ୨୦୨୪ ନିର୍ବାଚନ ଲଢ଼ିବି ନାହିଁ। ବୟସାଧିକ୍ୟ କାରଣରୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର।

ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ସମୟରେ ଶ୍ରୀ ମିଶ୍ର କହିଛନ୍ତି ମୋତେ ଏବେ ୮୩ ବର୍ଷ। ୨୦୨୪ ବେଳକୁ ୮୪ ବର୍ଷ ହେବ। ଯଦି ଏହି ବୟସରେ ନିର୍ବାଚନ ଲଢ଼ିବି ଲୋକଙ୍କୁ ଉଚିତ ନ୍ୟାୟ ଦେଇ ହେବନାହିଁ। କାରଣ ଲୋକଙ୍କ ପାଇଁ କାମ କରିବାକୁ ବହୁ ଧାଁଧପଡ଼ କରିବାକୁ ପଡୁଛି। ବୟସ ବଢ଼ିଗଲେ ସେସବୁ ଆଉ କରିହେବ ନାହିଁ। ଲୋକ ପ୍ରତିନିଧି ହୋଇ ଲୋକଙ୍କ କାମ କରିନପାରିଲେ ଲାଭ କ’ଣ ବୋଲି ସେ କହିଛନ୍ତି।

ଶ୍ରୀ ମିଶ୍ର କହିଲେ ୨୦୧୯ ନିର୍ବାଚନରେ ଛିଡ଼ା ହେବିନି ବୋଲି ମନା କରୁଥିଲି। କିନ୍ତୁ ଲୋକ ଓ ଦଳ ନିର୍ବାଚନରେ ଓହ୍ଲାଇବାକୁ ବାଧ୍ୟ କରିବାରୁ ନିର୍ବାଚନ ଲଢିଥିଲି। ହେଲେ ୨୦୨୪ ନିର୍ବାଚନରେ ବୟସକୁ ଦେଖାଇ ଲୋକମାନଙ୍କୁ ବୁଝାଇ ହେବ। ଯଦି ଦଳ ପକ୍ଷରୁ ବାଧ୍ୟ କରାଯାଏ ତେବେ ଦଳ ଛାଡ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button