୧୯୩୮୦ କୋଟିର ଚିଠା ବଜେଟ ଅନୁମୋଦନ

ଭୁବନେଶ୍ୱର : ଆଜି ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯୩୮୦ କୋଟି ଟଙ୍କାର ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିଛି। ବିଶେଷକରି ଏଥିରେ ଜଳସେଚନ, ସଡ଼କ, ପୋଲ, କୃଷି ଉଦ୍ୟୋଗ ଓ ପାନୀୟ ଜଳ ଆଦି କ୍ଷେତ୍ର ଉପରେ ବଜେଟରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି।

ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିପରିଷଦ ବୈଠକ ଆଜି ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୯୩୮୦ କୋଟି ଟଙ୍କାର ଚିଠା ବଜେଟକୁ ଅନୁମୋଦନ ମିଳିଛି। ଆସନ୍ତା ଡିସେମ୍ବର ୧ତାରିଖରେ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବାର କାର୍ଯ୍ୟକ୍ରମ ଥିବାରୁ ତା’ପୂର୍ବରୁ ମନ୍ତ୍ରିପରିଷଦ ବୈଠକରେ ଏହାକୁ ଉପସ୍ଥାପନ କରାଯାଇଥିଲା।

ରାଜ୍ୟ ସରକାର ଚିଠା ବଜେଟରେ କେତେକ ନିର୍ଦ୍ଦିଷ୍ଟ ଯୋଜନା ଯଥା-ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ, ବିଜୁ ସେତୁ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ଅଧିକ ବ୍ୟୟବରାଦ ସହ ୩ରୁ ୫ବର୍ଷିଆ ଲକ୍ଷ୍ୟଧାର୍ଯ୍ୟ କରି ଗ୍ରାମାଂଚଳରେ ଭିତ୍ତିଭୂମିକୁ ସୁଧାରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧.୭୦ଲକ୍ଷ କୋଟି ଟଙ୍କାର ମୂଳ ବଜେଟ୍ ଅନୁମୋଦନ ହୋଇଛି। କରୋନା କାଳରେ ସରକାର ବିଗତ ବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷର ମୂଳ ବଜେଟ ଆକାରକୁ ୧୭ ପ୍ରତିଶତ ବୃଦ୍ଧି କରିଥିଲେ।

Leave a Reply

Your email address will not be published. Required fields are marked *

Back to top button