ସାନର ଆକ୍ରମଣରେ ବଡ଼ଭାଇର ମୃତ୍ୟୁ

ଯାଜପୁର : ସାନଭାଇର ଆକ୍ରମଣରେ ବଡ଼ଭାଇର ମୃତ୍ୟୁ। ଜମିବାଡ଼ି ବିବାଦକୁ ନେଇ ବରି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିବିଲି ଗାଁରେ ଘଟିଛି।
ଖବର ଅନୁଯାୟୀ ବାଲିବିଲି ଗାଁ’ର ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ରକରି ବିବାଦ ଲାଗି ରହିଥିଲା। ଆଜି ସକାଳେ ସାନ ଭାଇ ସନାତନ ଏକ ମାରଣାସ୍ତ୍ରରେ ବଡ଼ଭାଇ ମନୋଜ କବିକୁ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଛି। ବରି ରାମଚନ୍ଦ୍ରପୁର ପୋଲିସ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି। ହେଲେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ଥିବା ଜଣାପଡିଛି।




























