ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ
ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ। କାତିରେ ଯୁବକକୁ ହତ୍ୟା କରି ବିଲରେ ପୋତିଦେଲେ ମହିଳାଙ୍କ ସ୍ଵାମୀ। ପୋଲିସ ବିଲ ମଝିରୁ ମୃତଦେହ ଉଦ୍ଧାର କରିବା ସହିତ ମହିଳା ସମେତ ୨ଜଣଙ୍କୁ ଅଟକ ରଖିଛି।
ଖବର ଅନୁଯାୟୀ ବଡକଷବା ଗାଁର କାଙ୍ଗାଳି ପାତ୍ରଙ୍କ ସେହି ଗ୍ରାମର ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀଙ୍କର ପରକିୟା ପ୍ରୀତି ରହିଥିଲା। ବୁଧବାର ରାତିରୁ କାଙ୍ଗାଳି ପାତ୍ର ନିଖୋଜ ଥିଲେ। ଗାଁ ଦାଣ୍ଡରେ ରକ୍ତ ଜୁଡୁବୁଡୁ କାତି ପଡିଥିବାରୁ ହତ୍ୟା ସନ୍ଦେହ କରି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଗାଁ ନିକଟସ୍ଥ ଏକ ଧାନ ବିଲ ମଝିରୁ ମୃତଦେହ ଉଦ୍ଧାର କରିଥିଲେ। ଗଳା ଓ ଛାତିରେ କଟା ଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପୋଲିସ ରବୀନ୍ଦ୍ର ଜେନା ଓ ସନ୍ଧ୍ୟା ରାଣୀ ଜେନାକୁ ଅଟକ ରଖିଥିବା ଜଣାପଡିଛି।