‘ଗତିଶକ୍ତି’ ମାଷ୍ଟର୍‌ ପ୍ଲାନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଥିବା ଅର୍ଥନୈତିକ ‘ଜୋନ୍‌’ ଗୁଡ଼ିକର ‘ମଲ୍‌ଟି-ମୋଡାଲ୍‌’ ସଂଯୋଗିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ୍‌ ଗତିଶକ୍ତି-ନ୍ୟାସ୍‌ନାଲ୍‌ ମାଷ୍ଟର୍‌ ପ୍ଲାନ୍‌’ର ଶୁଭ ଉନ୍ମୋଚନ କରିଛନ୍ତି।

ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ସମୀକ୍ଷା କରିବା ସହ ସେଠାରେ ହେବାକୁ ଥିବା ପ୍ରଦର୍ଶନୀ ପରିସରର ମଡେଲ୍‌କୁ ଦେଖିଥିଲେ। ପ୍ରାୟ ୧୬ଟି କେନ୍ଦ୍ରୀୟ ମନ୍ତ୍ରାଳୟ ଓ ବିଭାଗଦ୍ୱାରା ଆରମ୍ଭ ହୋଇଥିବା ଏହି ଭିତ୍ତିଭୂମୀ ଯୋଜନାକୁ ‘ପିଏମ୍‌ ଗତିଶକ୍ତି’ ଏକତ୍ର କରିବ ବୋଲି ଆଶା କରାଯାଉଛି। ଏହା ସର୍ବସାଧାରଣ ଓ ବ୍ୟବସାୟ ସମ୍ପ୍ରଦାୟକୁ ଆଗାମୀ ପ୍ରକଳ୍ପ, ଅନ୍ୟାନ୍ୟ ବାଣିଜ୍ୟିକ ନାଭିଚକ୍ର (ହବ୍‌) ଶିଲ୍ପ ଅଞ୍ଚଳ ଏବଂ ପାରିପାର୍ଶ୍ୱିକ ପରିସ୍ଥିତି ସମ୍ବନ୍ଧରେ ସୂଚନା ଦେବ।

Leave a Reply

Your email address will not be published. Required fields are marked *

Back to top button