ବ୍ରହ୍ମାସ୍ତ୍ର ପାର୍ଟ-୨ ଓ ୩ର ରିଲିଜ୍‌ ତାରିଖ ପୃଥକ ହେବ

ମୁମ୍ଵାଇ : ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଫିଲ୍ମ ବ୍ରହ୍ମାସ୍ତ୍ର। ଏହାର ମୁଖ୍ୟ ଭୂମିକାରେ ରଣବୀର କପୁର-ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିଥିଲା। ଦୀର୍ଘ ୧୦ ବର୍ଷର ଅପେକ୍ଷା ପରେ ମୁକ୍ତିଲାଭ କରିଥିଲା ଏହି ଫିଲ୍ମ​​। ଏହାର ପରବର୍ତ୍ତୀ ଦୁଇଟି ଅଂଶ ‘ବ୍ରହ୍ମାସ୍ତ୍ର ପାର୍ଟ- ୨’ ଏବଂ ‘ବ୍ରହ୍ମାସ୍ତ୍ର ପାର୍ଟ- ୩’ ବିଷୟରେ ପ୍ରଶଂସକଙ୍କ ଆଗ୍ରହ ଏବେ ବୃଦ୍ଧି ପାଇବାରେ ଲାଗିଛି।

ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଫିଲ୍ମର ଉଭୟ ପାର୍ଟ ରିଲିଜ୍ ତାରିଖ ବିଷୟରେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରି ସେ କହିଛନ୍ତି ବ୍ରହ୍ମାସ୍ତ୍ର’ର ସିକ୍ୱେଲର ସୁଟିଂ ଏକାସାଙ୍ଗରେ କରାଯିବ। ଏକାସାଙ୍ଗରେ ସିକ୍ୱେଲଟି ଦୁଇଟି ଭାଗରେ ତିଆରି ହେବ। କିନ୍ତୁ ଉଭୟ ଭିନ୍ନ ଭିନ୍ନ ତାରିଖରେ ରିଲିଜ ହେବ। ରିଲିଜ୍ ତାରିଖରେ ଦୀର୍ଘ ସମୟ ବ୍ୟବଧାନ ରହିବ ନାହିଁ।

ଇନଷ୍ଟାଗ୍ରାମରେ ପୋଷ୍ଟ ଅୟାନ୍ କରିଛନ୍ତି ‘ବ୍ରହ୍ମାସ୍ତ୍ର : ଆଷ୍ଟ୍ରାଭର୍ସଙ୍କ ବିଷୟରେ କଥାବାର୍ତ୍ତା କରିବାର ଏହା ହେଉଛି ଉପଯୁକ୍ତ ସମୟ। ଲୋକମାନେ ପାର୍ଟ ୱାନ୍‌କୁ ବହୁତ ପ୍ରେମ ଦେଇଛନ୍ତି। ତେଣୁ ମୁଁ ପାର୍ଟ-୨ ଏବଂ ୩ ତିଆରି ଉପରେ ଧ୍ୟାନ ଦେଉଛି। ମୁଁ ଜାଣେ ଫିଲ୍ମର ସିକ୍ୱେଲରୁ ଲୋକମାନେ ବହୁତ ଆଶା କରନ୍ତି। ସେଥିପାଇଁ ଆମେ ସ୍ଥିର କରିଛୁ ଉଭୟ ସିକ୍ୱେଲ ଏକାସାଙ୍ଗରେ ସୁଟ୍ ହୋଇ ଭିନ୍ନ ଭିନ୍ନ ତାରିଖରେ ମୁକ୍ତିଲାଭ କରିବ। କିନ୍ତୁ ସେ ଏହି ଫିଲ୍ମର ଟାଇଟଲ୍ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି।

Leave a Reply

Your email address will not be published. Required fields are marked *

Back to top button