ନୂଆ ଯୋଜନା : ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ : ତାମିଲନାଡୁର ଡିଏମକେ ସରକାର ରାଜ୍ୟର ମହିଳାଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମହିଳାମାନଙ୍କୁ ମାସିକ ୧୦୦୦ ଟଙ୍କାର ସହାୟତା ରାଶି ମିଳିବ।

ଖବର ଅନୁଯାୟୀ ଶୁକ୍ରବାର ସ୍ଵର୍ଗତ ଆନ୍ନାଦୁରାଇଙ୍କ ଜନ୍ମ ଦିବସ ଅବସରରେ ‘‘କଲାଇଗନାର ମାଗାଲିର ଉରିମାଇ ଥିତ୍ତମ’ ନାମରେ ନୂତନ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ କହିଛନ୍ତି ଏହି ଯୋଜନା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ନାଁରେ ରଖାଯାଇଛି। ଯୋଜନା ପାଇଁ ସରକାର ଚଳିତ ବର୍ଷ ୭୦୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଏହାର ଆଉ ଏକ ଉଦ୍ଦେଶ୍ୟ ହେଉଛି ବର୍ଷକୁ ୧୨ ହଜାର ଟଙ୍କା ମହିଳାଙ୍କ ସମ୍ମାନର ସହ ବଞ୍ଚିବା, ଦାରିଦ୍ର୍ୟତା ହ୍ରାସ ଓ ସେମାନଙ୍କ ଜୀବନଶୈଳୀକୁ ଉତ୍ତମ କରିବାରେ ସହାୟକ ହେବ। ପ୍ରାୟ ୧.୦୬ କୋଟି ମହିଳା ଉପକୃତ ହେବେବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button