୯ ତାରିଖରେ ବାତ୍ୟା ସମ୍ଭାବନା

ଭୁବନେଶ୍ଵର : ଚଳିତମାସ ୯ ତାରିଖ ପାଖାପାଖି ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ବୁଧବାର ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ପୂର୍ବ ଆକଳନ ଅନୁଯାୟୀ ମଇ ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ ସୃଷ୍ଟି ଓ ୭ରେ ଏହା ଲଘୁଚାପର ରୂପ ନେବାର ସମ୍ଭବାନା ରହିଛି। ୮ରେ ଅବପାତର ରୂପ ନେଇ ଉତ୍ତର ଦିଗକୁ ଗତି କରିବା ସହିତ ୯ ତାରିଖ ସୁଦ୍ଧା ବାତ୍ୟା ରୂପ ନେବ। ବାତ୍ୟାର ଗତିପଥ ଓ ତୀବ୍ରତା ଆକଳନ ହୋଇନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ। ତେବେ ୭ରୁ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ନଯିବା ଉଚିତ। ଯେଉଁମାନେ ସମୁଦ୍ରରେ ଅଛନ୍ତି ୭ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଓଡ଼ିଶା ସମ୍ପର୍କରେ ଶ୍ରୀ ମହାପାତ୍ର କହିଛନ୍ତି ବର୍ତ୍ତମାନ ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ। ଓଡ଼ିଶା ଉପକୂଳରେ ବର୍ଷା ଓ ପବନର ସତର୍କ ସୂଚନା ଜାରି କରାଯାଇଛି। ତେଣୁ ଲୋକମାନେ ବ୍ୟସ୍ତ ହୁଅନ୍ତୁ ନାହିଁ।

ଅପରପକ୍ଷରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଥିବା ବେଳେ ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି।

Leave a Reply

Your email address will not be published. Required fields are marked *

Back to top button