ବାହାହେବେ ପୁରୀ ଓ ରାୟଗଡ଼ା ଜିଲ୍ଲାପାଳ

ଭୁବନେଶ୍ଵର : ଏବେ ଚାଲିଛି ବିବାହ ଋତୁ। ମାତ୍ର ଦିନ କେଇଟା ତଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କର ବିବାହ ସାରିଛି। ବିବାହର ବିଭିନ୍ନ କାର୍ଯ୍ୟକ୍ରମରେ ଦୁହିଁଙ୍କର ନାଚର ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଏହାକୁ ପୁଣି ଖୋରାକ ଯୋଗାଇଛି ଆଉ ଦୁଇ ଜିଲ୍ଲାପାଳଙ୍କ ବିବାହ। ସେମାନେ ଖୁବଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି।
ଖବର ଅନୁଯାୟୀ ରାୟଗଡ଼ା ଜିଲ୍ଲାପାଳ ସ୍ୱେଧା ଦେବ ସିଂହ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆସନ୍ତା ୧୫ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ। ଏଥିପାଇଁ ବିବାହର ଆୟୋଜନ ବାରଣାସୀରେ କରାଯାଇଛି। କିଛି ବରିଷ୍ଠ ଅଧିକାରୀ ଓ ସେବାୟତଙ୍କୁ ବିବାହକୁ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି।ଆସନ୍ତା ୬ ତାରିଖରେ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ। ଏହି ବୈଠକ ପରେ ଅର୍ଥାତ ୭ ତାରିଖରୁ ଜିଲ୍ଲାପାଳ ଶ୍ରୀ ବର୍ମା ବିବାହ ପାଇଁ ଲମ୍ବା ଛୁଟିରେ ଯିବେ। ସେହିପରି ରାୟଗଡ଼ା ଜିଲ୍ଲାପାଳ ମଧ୍ୟ ଆସନ୍ତା ମଇ ୭ରୁ ବିବାହ ଛୁଟିରେ ଯାଉଥିବା ଶୁଣିବାକୁ ମିଳିଛି। ରାୟଗଡ଼ ଜିଲ୍ଲାପାଳଙ୍କ ଘର ବାରଣାସୀରେ ହୋଇଥିବାରୁ ସେଠାରେ ଝିଅ ଘର ପକ୍ଷରୁ ବିବାହର ସମସ୍ତ ଆୟୋଜନ କରାଯାଇଥିବା କୁହାଯାଇଛି।
ସୂଚନାଯୋଗ୍ୟ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପୂର୍ବରୁ ରେଳବାଇର ବରିଷ୍ଠ ଅଧିକାରୀ ସୁଚି ସିଂହଙ୍କୁ ବିବାହ କରିଥିଲେ। ଶ୍ରୀ ବର୍ମା ସମ୍ବଲପୁର ଜିଲ୍ଲାପାଳ ଥିବା ସମୟରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସେହିଭଳି ରାୟଗଡ଼ ଜିଲ୍ଲାପାଳ ସ୍ୱେଧା ଦେବ ସିଂହ ବର୍ତ୍ତମାନର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ମଧ୍ୟରେ ବିବାହଘଟିବାରୁ ଶ୍ରୀ ରଣା ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି।