ରାଜ୍ୟରେ ନିଆଁ ବର୍ଷା : ସୋନପୁରରେ ତାପମାତ୍ରା ୪୫.୭ ଡିଗ୍ରି
ଭୁବନେଶ୍ଵର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ପ୍ରବଳ ଖରା ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ କରିଦେଇଛି ଅସ୍ତବ୍ୟସ୍ତ। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହିଥିବା ବେଳେ ସୋନପୁରରେ ୪୫.୭ ଡିଗ୍ରି ରହିଥିବା ରେକର୍ଡ କରାଯାଇଛି।
ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଶନିବାର ସୋନପୁରରେ ତାପମାତ୍ରା ସର୍ବାଧିକ ୪୫.୭ ଡିଗ୍ରି ଓ ବୌଦ୍ଧରେ ୪୫.୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସମ୍ବଲପୁରରେ ପାରଦ ୪୫.୪ ଓ ହୀରାକୁଦରେ ୪୫.୧ ଡିଗ୍ରି ରହିଛି। ବଲାଙ୍ଗୀରରେ ୪୫, ଝାରସୁଗୁଡ଼ାରେ ୪୪.୮, ଅନୁଗୁଳରେ ୪୪.୭, ସୁନ୍ଦରଗଡ଼, ନୟାଗଡ଼ରେ ୪୪.୫, ବରଗଡ଼ରେ ୪୪.୪, ଭୁବନେଶ୍ବରରେ ୪୪.୩, ତାଳଚେରରେ ୪୪, ଢେଙ୍କାନାଳରେ ୪୩.୬, ଟିଟିଲାଗଡ଼, ଖୋର୍ଦ୍ଧାରେ ୪୩.୫, ରାଉରକେଲା, ନୂଆପଡ଼ାରେ ୪୩.୪, ଦେବଗଡ଼ରେ ୪୨.୫, ବାରିପଦା, ଜଗତସିଂହପୁରରେ ୪୨.୪, କଟକରେ ୪୨.୧ ଫୁଲବାଣୀରେ ୪୨, ଭବାନୀପାଟଣାରେ ୪୧.୮, କେନ୍ଦୁଝରରେ ୪୧.୪, ଭଦ୍ରକ, ବ୍ରହ୍ମପୁର, ରେ ୪୦.୫, କେନ୍ଦ୍ରାପଡ଼ାରେ ୪୦.୨, ଯାଜପୁର ଓ ଛତ୍ରପୁରରେ ୪୦ ଡିଗ୍ରି ରେକର୍ଡ ହୋଇଛି। ତେବେ ପାଣିପାଗ ବିଭାଗ କହିଛି ଆଗାମୀ ୩ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ୨ ଦିନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବ।