ଆଇସିସି ବିଶ୍ଵକପ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ : ଭାରତ ଦ୍ୱାରା ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ -୨୦୨୩। ଅକ୍ଟୋବର ୫ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏହାପୂର୍ବରୁ ୧୦ଟି ଟିମକୁ ୨-୨ଟି ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡିବ। ୧୦ଟି ଦେଶ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସ୍କ୍ୱାଡ୍ ଘୋଷଣା କରିସାରିଛନ୍ତି। ଭାରତ ପୂର୍ବରୁ ଘୋଷଣା କରିଥିଲେ ହେଁ ଏବେ ଏଥିରେ ପରିବର୍ତ୍ତନ ଆଣିଛି। ଆହତ ହୋଇଥିବା ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଟିମରୁ ବାଦ ଦିଆଯାଇ ତାଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ସାମିଲ କରାଯାଇଛି। ଅଶ୍ୱିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଓଡିଆଇ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ।
ଖବର ଅନୁଯାୟୀ ଭାରତୀୟ ଦଳକୁ ବିଶ୍ୱକପ ପୂର୍ବରୁ ୨ଟି ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡିବ। ସେପ୍ଟେମ୍ବର ୩୦ରେ ଦଳକୁ ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ। ଏଥିପାଇଁ ଅଶ୍ୱିନଙ୍କ ସମେତ ପୂରା ଦଳ ଗୌହାଟୀରେ ପହଞ୍ଚିସାରିଛନ୍ତି। ବିଶ୍ଵକପ ପାଇଁ ଭାରତୀୟ ସ୍କ୍ବାଡରେ ସାମିଲ ହୋଇଥିବା କ୍ରିକେଟରମାନେ ହେଲେ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଜସପ୍ରୀତ ବୁମରା, ଶୁଭମନ ଗିଲ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶ୍ରେୟସ୍ ଅୟର, ରବିନ୍ଦ୍ର ଜାଦେଜା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ୍ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁର।