ଥାନା ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ସୁପ୍ରିମ୍କୋର୍ଟରେ ଖାରଜ

କଟକ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନାର ତତ୍କାଳୀନ ଥାନା ଅଧିକାରୀ ବାମଦେବ ଶଙ୍ଖୁଆଳଙ୍କ ବିରୋଧରେ ରୁଜୁ ଭିଜିଲାନ୍ସ ମାମଲାକୁ ଚାଲୁ ରଖିବାକୁ ରାଜ୍ୟ ସରକାରଙ୍କ ଆବେଦନ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି।
ଖବର ଅନୁଯାୟୀ ଭିଜିଲାନ୍ସ ମାମଲାକୁ ହାଇକୋର୍ଟ ରଦ୍ଦ କରିବା ପରେ ଗଜ୍ୟ ସରକାର ଏହା ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୟ ଖାନ୍ନା ଓ ଜଷ୍ଟିସ୍ ପି.ଏସ୍. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ।
ସୂଚନାଯୋଗ୍ୟ ପର୍ଜଙ୍ଗ ଅଞ୍ଚକର ନଗେନ୍ ବିନାୟକ ନାମକ ଜଣେ ବ୍ୟକ୍ତି ଭିଜିଲାନ୍ସ ନିକଟରେ ଥାନା ଅଧିକରୀ ବାମଦେବ ଶଙ୍ଖୁଆଳ ଲାଞ୍ଚ ମାଗୁଥିବା ଅଭିଯୋଗ କରିଥିଲେ। ୨୦୧୬ରେ ଭିଜିଲାନ୍ସ ଟିମ୍ ଶ୍ରୀ ଶଙ୍ଖୁଆଳଙ୍କ ଘର ବାହରେ ପଡ଼ିଥିବା ଟେବୁଲ୍ ଡ୍ରୟରରୁ ୧୦ ହଜାର ଟଙ୍କା ଓ ଜଣେ କନେଷ୍ଟବଳ ନୀଳମଣିଙ୍କ ପକେଟରୁ ହଜାରେ ଟଙ୍କା ଜବତ କରିଥିଲା। ଏ ସମସ୍ତ ଘଟଣାକୁ ଅସ୍ଵୀକାର କରିଥିଲେ ମଧ୍ୟ ଭିଜିଲାନ୍ସ ଶ୍ରୀ ଶଙ୍ଖୁଆଳଙ୍କୁ ଗିରଫ କରିଥିଲା। ଭିଜିଲାନ୍ସର ଏଭଳି ପଦକ୍ଷେପ ବିରୋଧରେ ଶ୍ରୀ ଶଙ୍ଖୁଆଳ ହାଇକୋର୍ଟଙ୍କ ଦୂରସ୍ଥ ହୋଇଥିଲେ। ହାଇକୋର୍ଟ ୨୦୨୧ ଅକ୍ଟୋବର ୧୮ରେ ଶ୍ରୀ ଖଣ୍ଡୁଆଳଙ୍କ ବିରୋଧରେ ଭିଜିଲାନ୍ସ ମାମଲାକୁ ରଦ୍ଦ କରିଥିଲେ।




























