ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଓଟିରେ ନିଆଁ

ବାରିପଦା : ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ରେ ଆଜି ଅଗ୍ନିକାଣ୍ଡ ଘଟିଛି। ପ୍ରସୂତି ବିଭାଗର ତୃତୀୟ ମହଲାରେ ନିଆଁ ଲାଗିଥିଲେ ହେଁ ଅଗ୍ନିଶମ ବାହିନୀ ସଠିକ ସମୟରେ ପହଞ୍ଚି ଆୟତ୍ତ କରିଥିଲେ।
ଖବର ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ହେଲା ଶୁକ୍ରବାର ଓଟିରେ ଅପରେସନ୍ ଚାଲିଥିବା ବେଳେ ନିଆଁ ଲାଗିଥିଲା। ଫଳରେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ତରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।




























