ବିଜେପି ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଉଛି : ମନମୋହନ ସାମଲ

ଭୁବନେଶ୍ୱର : ବରଗଡ ଜିଲ୍ଲା ବିଜେଡିର ବରିଷ୍ଠ ସଂଗଠକ ଡା. ସୁଶିଲ କୁମାର ଶର୍ମା ଓ ତାଙ୍କର ଶତାଧିକ ସମର୍ଥକ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଏ ମଧ୍ୟରେ ପ୍ରମୋଦ କୁମାର ଦେବତା, ସୁରେନ୍ଦ୍ର ସାହୁ, ନରେନ୍ଦ୍ର କୁମାର ସାହୁ, ସନାତନ ବଢ଼େଇ, ନନ୍ଦକିଶୋର ସାହୁ, ଡକ୍ଟର ବିଶ୍ୱାଳ, ପ୍ରମୋଦ କୁମାର ପଣ୍ଡା, ପ୍ରମିଳା ବଢ଼େଇ, ଉମାକାନ୍ତ ବଢ଼େଇ, ବାଶୁଦେବ ସାହୁ, ଲକ୍ଷ୍ମୀ ସେଠୀ, ଦମୟନ୍ତୀ ସାହୁ, ଗୌତମ ସାହୁ, ରାକେଶ ନେଗି, କରୁଣାକର ସାହୁ ଓ ଯୁଗେଶ୍ୱର ସାହୁ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସୁଶୀଲ କୁମାର ଶର୍ମାଙ୍କ ସମେତ ଅନ୍ୟ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ମନୋଜ ମହାପାତ୍ର, ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।