ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବନ୍ଦ : ବିଜେଡିର ଦୁଇଗୋଷ୍ଠୀ ମୁହାଁମୁହିଁ

ଖବର ଅନୁଯାୟୀ ଦୁଇମାସ ପୂର୍ବରୁ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ହୋଇଥିଲା ପରେ ଆଜି ଉପନିର୍ବାଚନ ଅନୁଷ୍ଠିତ ହେବାର ଥିଲା। ପୂର୍ବରୁ ପ୍ରକାଶ ପାଇଥିଲା ବିଜ୍ଞପ୍ତି। କିନ୍ତୁ ଭୋଟ ବାତିଲ କରାଯାଇଛି। ଏ ସମ୍ପର୍କରେ ରାଜନୈତିକ ଦଳଙ୍କୁ ସୂଚନା ଦିଆଯାଇନି। ସେଥିପାଇଁ ବିଜେଡିର ଦୁଇ ଗୋଷ୍ଠୀ ପରସ୍ପର ଉପରେ ତାତିଛନ୍ତି। କାରଣ ଅଧ୍ୟକ୍ଷ ପଦ ହାତେଇବାକୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଛି ଛକାପଞ୍ଝା। ଗୋଟିଏ ଗୋଷ୍ଠୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କ ସପକ୍ଷରେ ଥିବାବେଳେ ଅପର ଗୋଷ୍ଠୀ ବିପିନ ପ୍ରଧାନଙ୍କ ସମର୍ଥନରେ ରହିଛନ୍ତି। ନିର୍ବାଚନ ବନ୍ଦ ଯୋଗୁ ଏଥିରେ ଉତ୍ତ୍ୟକ୍ତ ହୋଇ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିବା ସହ ଟାୟାର ଜାଳି ଦୀର୍ଘ ସମୟ ରାସ୍ତାରୋକ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି। ସୂଚନାଯୋଗ୍ୟ ଦିଗପହଣ୍ଡି ବ୍ଲକରେ ୨୫ଟି ଗ୍ରାମ ପଞ୍ଚାୟତ ରହିଛି।

Leave a Reply

Your email address will not be published. Required fields are marked *

Back to top button