ମାଲୟାଲମ ଅଭିନେତ୍ରୀଙ୍କ ଆତ୍ମହତ୍ୟା
ତିରୁଅନନ୍ତପୁରମ : ମାଲୟାଲମ ଅଭିନେତ୍ରୀ ରେଞ୍ଜୁସା ମେନନଙ୍କ ଆତ୍ମହତ୍ୟା। ଶୋଇବା ଶୋଇବା ଘରେ ବେକରେ ରଶି ଲଗାଇ ଜୀବନ ହାରିଥିବା ପୋଲିସ ସୂଚନା ଦେଇଛି।
ଖବର ଅନୁଯାୟୀ ରେଞ୍ଜୁସା ଫିଲ୍ମ ଓ ଧାରାବାହିକରେ ସହ-କଳାକାର ଭାବେ କାମ କରୁଥିଲେ। କିଛିମାସ ହେଲା ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବାପା ଓ ମା’ଙ୍କ ସହ ରହୁଥିବା ରେଞ୍ଜୁସାଙ୍କ ପାଖରେ କାମର ଅଭାବ ପାଇଁ ମାନସିକ ଚାପରେ ରହୁଥିଲେ। ଏହାହିଁ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଇଛି।
ସୂଚନାଯୋଗ୍ୟ ରେଞ୍ଜୁସା କରିଥିବା ଫିଲ୍ମଗୁଡ଼ିକ ଗୁଡିକ ମଧ୍ୟରେ ‘ଅଥଭୁଥା ଦ୍ୱିପୁ’, ‘ଲିସାମାୟୁଦ ଭେଡୁ’, ‘କରୟାସ୍ତାନ’, ‘ସିଟି ଅଫ୍ ଗଡ୍’ ଓ ‘ମରିକ୍କୁଣ୍ଡୁରୁ କୁଞ୍ଜାଡୁ’ ରହିଛି। ସେହିପରି ଧାରାବାହିକ ‘ସ୍ତ୍ରୀ’, ‘ନିଝାଲାତ୍ତମ୍’, ‘ମାଗାଲୁଦେ ଅମ୍ମା’ ଓ ‘ବାଲାମନି’ରେ ଅଭିନୟ କରିଛନ୍ତି। ଏହାଛଡା ରେଞ୍ଜୁସା ମେନନ୍ ଅନେକ ଧାରବାହିକରେ ନିର୍ମାତା ଭାବେ କାର୍ଯ୍ୟ କରିଥିବା ବେଳେ ସେ ଜଣେ ବୃତ୍ତିଗତ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ପୋଷ୍ଟ କରିଥିଲେ।