ଧରାପଡ଼ିଲା ମଣିଷଖିଆ ବାଘ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ମାତିଥିବା ମଣିଷଖିଆ କଲରାପତିରିଆ ବାଘ କୋଦୋପାଲି ଗାଁ’ରୁ ଧରାପଡ଼ିଥିବା ଜଣାପଡିଛି।
ଖବର ଅନୁଯାୟୀ ଶନିବାର ସନ୍ଧ୍ୟାରେ ବାଘ କୋଦୋପାଲି ଗାଁରେ ବୁଲୁଥିବା ଦେଖି ଗାଁ ଲୋକେ ପାଟି କରିଥିଲେ। ପାଟିଶୁଣି ବାଘ ଖାଲି ପଡ଼ିଥିବା ଜିରାଖଣ୍ଡ ସାହୁଙ୍କ ଘରେ ପଶି ଯିବାରୁ ଲୋକେ କବାଟ ବନ୍ଦ କରି ଦେଇଥିଲେ। ପରେ ବନ ବିଭାଗ କର୍ମଚାରୀ ପହଞ୍ଚି ବାଘକୁ ଯନ୍ତାରେ ପୁରାଇ ନେଇଯାଇଛନ୍ତି। ୪ ଦିନ ତଳେ ଜଣେ ବାଳକ ଓ ସିଲିଆରିବାହାର ମହିଳାଙ୍କୁ ବାଘ ମାରିଥିବା ବେଳେ ଶନିବାର କୋଦୋପାଲି ଗାଁର ୮ବର୍ଷ ବୟସର ବାଳକକୁ ଆକ୍ରମଣ କରି ଖଣ୍ଡିଆଖାବରା କରିଛି।