କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ : ଦୁଇ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ବଦଳିଲା

ନୂଆଦିଲ୍ଲୀ : ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହୋଇଛି। ପ୍ରଥମେ ଆଇନମନ୍ତ୍ରୀ କିରଣ ରିଜଜୁ ଓ ପରେ କେନ୍ଦ୍ର ଆଇନ ମନ୍ତ୍ରୀ (ରାଜ୍ୟ) ଏସପି ସିଂ ବଘେଲଙ୍କ ବିଭାଗ ବଦଳିଛି। ସେ ହୋଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ। ତାଙ୍କ ସ୍ଥାନରେ ଆଇନ ମନ୍ତ୍ରଣାଳୟର ଅର୍ଜୁନ ରାମ ମେଘୱାଲଙ୍କୁ ରାଜ୍ୟ ମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାର) ଭାବେ ନିଯୁକ୍ତି ମିଳିଛି।

ଅର୍ଜୁନ ରାମ ମେଘାୱଲ ଏବେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ଓ ସଂସ୍କୃତି ରାଜ୍ୟ ମନ୍ତ୍ରୀ ଅଛନ୍ତି। ମେଘାୱଲ ତାଙ୍କ ବିଭାଗ ସହିତ ଆଇନ ଓ ନ୍ୟାୟାଳୟ ମନ୍ତ୍ରଣାଳୟର ମନ୍ତ୍ରୀ (ରାଜ୍ୟ) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ରାଷ୍ଟ୍ରପତି ଭବନରୁ ଜାରିବିଜ୍ଞପ୍ତିରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏସପିସିଂ ବଘେଲଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପରିବର୍ତ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜଜୁଙ୍କ ସ୍ଥାନରେ ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ଅର୍ଜୁନ ରାମ ମେଘାୱଲଙ୍କୁ ଆଇନ ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଦିଆଯାଇଛି। କିରଣ ରିଜଜୁଙ୍କୁ ମିଳିଛି ପୃଥି ବିଜ୍ଞାନ ମନ୍ତ୍ରଣାଳୟ ଦାୟିତ୍ଵ।

Leave a Reply

Your email address will not be published. Required fields are marked *

Back to top button