ଓଏଏସ୍ ପରୀକ୍ଷାରେ ସୁଦେବ କୁମାର ପୃଷ୍ଟି ଟପ୍ପର

ଭୁବନେଶ୍ଵର : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ର ଫଳ ଆଜି ପ୍ରକାଶ ପାଇଛି। ଏଥିରେ କୃତକାର୍ଯ୍ୟ ହୋଇଥିବା ମୋଟ ୪୩୨ ଜଣଙ୍କ ମଧ୍ୟରେ ୧୬୪ ଜଣ ଝିଅ ରହିଛନ୍ତି।
ଖବର ଅନୁଯାୟୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସୁଦେବ କୁମାର ପୃଷ୍ଟି ଟପ୍ପର ହୋଇଛନ୍ତି। ପ୍ରଥମ ୧୦ଟି ସ୍ଥାନରେ ରହିଛନ୍ତି ୫ ପୁଅ ଓ ୫ ଝିଅ। ସୁଚିସ୍ମିତା ପାଣିଗ୍ରାହୀ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବାବେଳେ ପ୍ରଣବ ରଂଜନ ସାହୁ ତୃତୀୟ, ବୈଶାଖୀ ଲେଙ୍କା ୪ର୍ଥ, ଶ୍ୱେତଲିନା ମାହାନା ୫ମ, ଅଗ୍ନିଜା ଶିବଦତ୍ତା ୬ଷ୍ଠ, ସନ୍ତୋଷ କୁମାର ପାତ୍ର ୭ମ, ମୀମାଂସା ସାହୁ ୮ମ, ବିନ୍ଦୁ ବଳୟ ରାଉତରାୟ ୯ମ ଓ ସୌମ୍ୟରଂଜନ ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି।