ବୟସ୍କଙ୍କ ପାଇଁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ସେଡ୍

ପୁରୀ : ଶ୍ରୀମନ୍ଦିରରେ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସେଡ୍ ଓ ନୂଆ ଲାଇନ୍ ସହିତ ପାଣିର ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି।
ଖବର ଅନୁଯାୟୀ ମୁଖ୍ୟ ପ୍ରଶାସକ କହିଛନ୍ତି ଆଜିଠାରୁ ନୀତି ତ୍ୱରାନ୍ୱୀତ ବ୍ୟବସ୍ଥା କରାଯିବ। ଶୃଙ୍ଖଳିତ ଦର୍ଶନ ପାଇଁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଦର୍ଶନ ପାଇଁ ଆସୁଥିବା ସବୁ ଭକ୍ତଙ୍କ ପ୍ରତି ପ୍ରଶାସନର ସମବେଦନା ରହିଛି।
ସେହିପରି ଗତକାଲି ଶ୍ରୀମନ୍ଦିର ପ୍ରଶାସନର ବୈଠକ ପରେ ଆଜି ସକାଳୁ ନୀତିକାନ୍ତି ସଅଳ ହୋଇଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସେଡ୍ ଓ ବସିବା ପାଇଁ ଚେୟାର ପକାଯାଇଛି। ପଞ୍ଚୁକ ପାଞ୍ଚଦିନ ଭିଡ଼ ପରିଚାଳନା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏଁ ବ୍ୟାରିକେଡ୍ ବଢାଯିବ। ସେଥିପାଇଁ ମରିଚକୋଟ ଛକ ଯାଏଁ ଉଠା ଦୋକାନ ଓ ମାର୍କେଟ ଛକରୁ ଗାଡି ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ବରିଷ୍ଠ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ୩ ସିଫ୍ଟରେ ସ୍ୱେଚ୍ଚାସେବୀମାନେ ସେମାନଙ୍କୁ ନେଇ ଶୃଙ୍ଗଳିତ ଦର୍ଶନ କରାଇ ଆଣିବେ। ବଡ଼ଦାଣ୍ଡର ଦୁଇ କଡ଼ରେ ଅସ୍ଥାୟୀ ଶୌଚାଳୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।