ଶିଳାନ୍ୟାସ କରିବାକୁ ଯାଇଥିବା ବିଧାୟକ ସମୀର ଦାଶଙ୍କୁ ବିରୋଧ

ଭୁବନେଶ୍ଵର : ନିମାପଡା ନିର୍ବାଚନମଣ୍ଡଳୀରେ ବିଧାୟକ ସମୀର ଦାଶଙ୍କୁ ବିରୋଧ। ଶିଳାନ୍ୟାସ କରିବାକୁ ଯାଉଥିବା ବେଳେ ତାଙ୍କୁ ଅଧା ରାସ୍ତାରେ ବିରୋଧ କଲେ ଗାଁ ଲୋକ। ବିଧାୟକଙ୍କ ପିଏସ୍‌ଓ ବିରୋଧ କରିବାରୁ ଠେଲାପେଲା ହୋଇଛି। ଶେଷରେ ପୋଲିସ ଆସି ଲୋକଙ୍କୁ ଲୋକଙ୍କୁ ଘଉଡାଇଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଏବେଠାରୁ ଯଦି ବିଧାୟକଙ୍କୁ ବିରୋଧ ହେଲାଣି ନିର୍ବାଚନ ସମୟରେ ବୁଲିବେ କେମିତି ? ବୋରୋଧ ଖବର ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିବା ଅସମ୍ଭବ ନୁହେଁ ବୋଲି କେତେକ ମତ ଦେଉଛନ୍ତି।

ଖବର ଅନୁଯାୟୀ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଆଜି ନିଜ ନିର୍ବାଚନମଣ୍ଡଳୀରେ ବୁଲି ବୁଲି ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରୁଥିଲେ। ଅପରାହ୍ନରେ ଶ୍ରୀ ଦାଶ ନିଜ ସମର୍ଥକଙ୍କ ସହ ଛଣିଜଙ୍ଗ ପଞ୍ଚାୟତ ଚାରିମୌଜା ନିକଟରେ ଏକ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଇଥିଲେ। ବାଜା ଓ ବାଣରେ ଚାଲିଥିଲା ଶୋଭାଯାତ୍ର। ହେଲେ ବିରୋଧ କରିଥିଲେ ଚକରଡ଼ା ଗାଁ ଲୋକ। ନିର୍ମାଣ ହେବାକୁ ଥିବା ରାସ୍ତାର ସ୍ଥାନ ଚୟନକୁ ବିରୋଧ କରି ବିଧାୟକଙ୍କ ପଟୁଆର ଆଡକୁ ସେମାନେ ମାଡି ଆସିଥିଲେ। ଏହି ସମୟରେ ବିଧାୟକଙ୍କ ପିଏସ୍‌ଓ ଲୋକମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ଅଟକିନଥିଲେ। ଫଳରେ ବିଧାୟକଙ୍କ ପିଏସ୍‌ଓ ଓ ସମର୍ଥକଙ୍କୁ ଗାଁ ଲୋକେ ଠେଲାପେଲା କରିବାରୁ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରତିବାଦ କରୁଥିବା ଗାଁ ଲୋକଙ୍କୁ ଘଉଡାଇବା ପରେ ବିଧାୟକ ଶ୍ରୀ ଦାଶ ଶିଳାନ୍ୟାସ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button