ଗୋମୂତ୍ରରେ କିଛି ବ୍ୟାକ୍ଟେରିଆ ମଣିଷ ପାଇଁ କ୍ଷତିକାରକ

ଆୟୁର୍ବେଦ ଅନୁଯାୟୀ ମଣିଷ ଶରୀର ପାଇଁ ଗୋମୂତ୍ର ହିତକାରକ। କିନ୍ତୁ ଏବେ ଏକ ରିପୋର୍ଟରେ କୁହାଯାଇଛି ଗୋମୂତ୍ର ସେବନ ମଣିଷ ପାଇଁ ନୁପଯୁକ୍ତ ନୁହେଁ। କାରଣ ଏଥିରେ ଥିବା କିଛି କ୍ଷତିକାରକ ବ୍ୟାକ୍ଟେରିଆ ଶରୀରକୁ କ୍ଷତି ପହଞ୍ଚାଇପାରେ ବୋଲି ଦର୍ଶଯାଇଛି।
ଖବର ଅନୁଯାୟୀ ବରେଲି ସ୍ଥିତ ଦେଶର ପ୍ରାଥମିକ ପ୍ରାଣୀ ଅନୁସନ୍ଧାନ ସଂସ୍ଥା ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନ ବା ଆଇ.ଭି.ଆର.ଆଇ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି କେତେକ ବ୍ୟାକ୍ଟେରିଆ ଉପରେ ଗୋମୂତ୍ର ଅଧିକ ପ୍ରଭାବଶାଳୀ ଥିଲା।
ତିନିଜଣ ପିଏଚଡି ଛାତ୍ରଙ୍କ ଦ୍ୱାରା କରାଯାଇଥିବା ରିସର୍ଚ୍ଚ ଅନୁଯାୟୀ ଗୋମୂତ୍ର ନମୁନାରେ ଅତି କମରେ ୧୪ ପ୍ରକାରର କ୍ଷତିକାରକ ବ୍ୟାକ୍ଟେରିଆ ରହିଥାଏ। ଏଥିରେ ଥିବା ଇସଚେରିଚିଆ କୋଲାଇର ଭଳି ବ୍ୟାକଟେରିଆ ପେଟରେ ସଂକ୍ରମଣ ସୃଷ୍ଟି କରିପାରେ। ରିସର୍ଚ୍ଚର ଫଳାଫଳ ଅନଲାଇନ ରିସର୍ଚ୍ଚ ୱେବସାଇଟରେ ପ୍ରକାଶିତ ଗେଜେଟରେ କୁହାଯାଇଛି ଗାଈ, ବଳଦ, ଷଣ୍ଡ, ମଇଁଷି ଓ ମାନବଙ୍କ ୭୩ଟି ମୂତ୍ର ନମୁନା ନିଆଯାଇଥିଲା। ହେଲେ ଦେଖିବାକୁ ମିଳିଛି ମଇଁଷି ମୂତ୍ରରେ ଆଂଟି ବ୍ୟାକ୍ଟେରିଆଲ କାର୍ଯ୍ୟକଳାପ ଗାଈ ଅପେକ୍ଷା ବହୁତ ଭଲ। ମଇଁଷି ପରିସ୍ରା ଏସ ଏପିଡର୍ମିଡିସ ଏବଂ ଇ-ରାପୋଂଟଇସି ବ୍ୟାକ୍ଟେରିଆ ଉପରେ ଅଧିକ ପ୍ରଭାବଶାଳୀ ବୋଲି ଦର୍ଶଯାଇଛି।