ଦୁଷ୍କର୍ମ ଅଭିଯୋଗରେ ଯନ୍ତ୍ରୀ ଗିରଫ

ସୋନପୁର : ନିଶା ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ। ଏହି ଲଜ୍ଜାଜଣକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଥିବା ବେଳେ ପୋଲିସ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଶଶିକାନ୍ତ ସେଠୀ ଓ ଗଣେଶ ସାହୁ ଗିରଫ କରିଛି।

ଖବର ଅନୁଯାୟୀ ପୀଡିତା ଯୁବତୀ ଜଣଙ୍କ ଘର ବୀରମହାରାଜପୁର ଥାନା ଅଞ୍ଚଳରେ। ଦୀର୍ଘ ଦିନ ହେଲା ସ୍ୱଧାର ଗୃହରେ ଆଶ୍ରୟ ନେଇଥିଲେ। ଗତ ରବିବାର ସେ ଏକୁଟିଆ ସମ୍ବଲପୁର ଯାଉଥିବାର ସୁଯୋଗ ନେଇ ଶଶିକାନ୍ତ ଓ ଗଣେଶ ତାଙ୍କୁ ପ୍ରଲୋଭିତ କରି ନେଇଯାଇ ନିଶାଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅତ୍ୟଧିକ ନିଶା ଦିଆଯାଇଥିବାରୁ ଯୁବତୀ ଜଣଙ୍କ ଘରୁ ବାହାରି ହଙ୍ଗାମା କରିବା ସୂଚନା ପାଇ ପୋଲିସ ତାଙ୍କୁ ରାସ୍ତାରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସୁସ୍ଥ ହେବା ପରେ ପୀଡ଼ିତାଙ୍କ ବୟାନକୁ ଭିତ୍ତିକରି ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button