ଫିଲ୍ମ ପୂର୍ବରୁ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଏ

ମୁମ୍ବାଇ : ବଲିଉଡରେ କାଷ୍ଟିଂ କାଉଚ। ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଫାତିମା ସାନା ଶେଖ। ଫିଲ୍ମ ଦଙ୍ଗଲ ପୂର୍ବରୁ ସେ ବଲିଉଡରେ ଶିଶୁ କଳାକାର ଭାବେ କାର୍ଯ୍ୟ କରିଥିଲେ। ଏକ ସାକ୍ଷାତକାରରେ ଫାତିମା କହିଛନ୍ତି ମୁଁ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଛି। ଏହା ମୋ ସହିତ ଅନେକ ଥର ଘଟିଛି। ଯେତେବେଳେ ମୋତେ କୁହାଯାଇଥିଲା ଯଦି କାମ ଚାହୁଁଛ ତେବେ ତୁମକୁ ଶାରୀରିକ ସମ୍ପର୍କ ରଖିବାକୁ ପଡିବ। ହେଲେ ରେଫରେନ୍ସ କାରଣରୁ ମୋ ପ୍ରୋଜେକ୍ଟ ଅନ୍ୟ କାହାକୁ ମିଳି ଯାଉଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ବଲିଉଡ ଅଭିନେତ୍ରୀ ଫାତିମା ସାନା ଶେଖ ସବୁବେଳେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍। କିନ୍ତୁ ସେ ଏଥିରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅନେକ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କାରଣ ନିଜର ସ୍ୱାଧୀନତା ଉପରେ ପ୍ରତ୍ୟେକଙ୍କର ଅଧିକାର ରହିଛି। ହେଲେ ଫାତିମା ପୂର୍ବରୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ସମ୍ପର୍କରେ କିଛି କହିନଥିଲେ। ହେଲେ ସାକ୍ଷାତକାରରେ ଖୋଲିଥିବା ଗୁମର ଚର୍ଚ୍ଚାର ବିଷୟରେ ହୋଇଛି।

Leave a Reply

Your email address will not be published. Required fields are marked *

Back to top button