ରେସ୍ତୋରାଁରେ ଆଫଗାନୀ ମହିଳାଙ୍କ ପ୍ରବେଶ ମନା

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ବର୍ଷକରୁ ଅଧିକ ହେଲା ଚାଲିଛି ତାଲିବାନ ଶାସନ। ତାଲିବାନୀମାନେ ମହିଳାଙ୍କ ଉପରେ କଠୋର କଟକଣା ଲଗାଉଥିବାରୁ ସେମାନଙ୍କ ସ୍ଥିତି ଖରାପ ହୋଇଚାଲିଛି। ଏବେ ରେସ୍ତୋରାଁକୁ ନେଇ ଲାଗୁହୋଇଛି ନୂଆ ନିୟମ। ଆଫଗାନର ହେରାତ ପ୍ରାନ୍ତରେ ବଗିଚା କିମ୍ବା ସବୁଜିମା ପୂର୍ଣ୍ଣ ରେଷ୍ଟୁରାଣ୍ଟରେ ମହିଳାଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଯାଇଛି। କୁହାଯାଇଛି ମୌଲବୀଙ୍କ ଅଭିଯୋଗ ପରେ ତାଲିବାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଖବର ଅନୁଯାୟୀ ମୌଲବୀ ଅଭିଯୋଗ ଏଭଳି ସ୍ଥାନରେ ପୁରୁଷ ଓ ମହିଳାଙ୍କ ଭିଡ଼ ହେବାରେ ଲାଗିଛି। ଯାହା ମହିଳାଙ୍କ ସୃଷ୍ଟି କରିଛି ସମସ୍ୟା। ଆଫଗାନ ଅଧିକାରୀ କହିଛନ୍ତି ହିଜାବ ନପିନ୍ଧିବା ଓ ମହିଳା-ପରୁଷ ଗୋଟିଏ ସ୍ଥାନରେ ଏକାଠି ହେବା କାରଣରୁ ପ୍ରତିବନ୍ଧକ ଲଗାଯାଇଛି। ତେବେ ବର୍ତ୍ତମାନ କଟକଣା କେବଳ ହେରାତ ପ୍ରାନ୍ତର ସବୁଜିମା ଭରା ସ୍ଥାନରେ ଥିବା ରେଷ୍ଟୁରାଣ୍ଟ ପାଇଁ ଲାଗୁ ହୋଇଛି।