ଆଉ ୭ଟି ଜେଲର କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା

ଭୁବନେଶ୍ଵର : ଜେଲରେ ନିଶାଦ୍ରବ୍ୟ ସେବନ ଓ କଏଦୀମାନେ ମୋବାଇଲ ଫୋନ ବ୍ୟବହାର କରୁଥିବା ଅଭିଯୋଗ ଆସିଛି। ଏହାକୁ ଦୃଷ୍ଟିରେ ରଖି ଗ୍ୟାଙ୍ଗଷ୍ଟର ରହୁଥିବା ଜେଲର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ। ବଡି କ୍ୟାମେରା ପିନ୍ଧିବେ ଜେଲ କର୍ମଚାରୀ। ଜେଲ ଡିଜି ମନୋଜ ଛାବ୍ରା ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଜେଲ ଡିଜି ମନୋଜ ଛାବ୍ରାଙ୍କ ସୂଚନା ଜେଲ ଆଧୁନିକିକରଣ ଯୋଜନାରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଇଛି। ପୂର୍ବରୁ ଝାରପଡା ଓ ଚୌଦ୍ୱାର ଜେଲର କର୍ମଚାରୀଙ୍କୁ ବଡି କ୍ୟାମେରା ଦିଆଯାଇଥିଲା। ଏବେ ଆହୁରି ୭ଟି ଅର୍ଥାତ ବ୍ରହ୍ମପୁର, ସମ୍ବଲପୁର, କେନ୍ଦ୍ରାପଡା, ବାଲେଶ୍ଵର, ଝାରସୁଗୁଡା, ସୁନ୍ଦରଗଡ ଓ କୋରାପୁଟ ଜେଲକୁ କ୍ୟାମେରା ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *

Back to top button