ଓଡ଼ିଶାରେ ବେରୋଜଗାରୀ ହାର ବଢ଼ୁଛି

ଭୁବନେଶ୍ୱର : ମାର୍ଚ୍ଚ ମାସରେ ଦେଶରେ ବେରୋଜଗାରୀ ହାର ଗତ ୩ ମାସଠାରୁ ଆଗରେ ରହିଛି। ଏହି ମାସରେ ବେରୋଜଗାରୀ ହାର ୭.୮ ପ୍ରତିଶତ ରହିଥିବା ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି ସୂଚନା ଦେଇଛି।
ରିପୋର୍ଟ ଅନୁଯାୟୀ ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଥିଲେ ହେଁ ମାସକୁ ମାସ ବେରୋଜଗାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାର୍ଚ୍ଚରେ ଏହି ହାର ବୃଦ୍ଧି ପାଇ ୨.୬ ପ୍ରତିଶତରେ ପହଞ୍ଚିଛି। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଥିଲା ୧.୫ ପ୍ରତିଶତ। ସେହିପରି ଗତ ଜାନୁଆରୀ ମାସରେ ବେରୋଜଗାରୀ ହାର ମାତ୍ର ୦.୯ ପ୍ରତିଶତ ରହିଥିଲା।
ଗତଦୁଇ ମାସର ରିପୋର୍ଟ ତୁଳନାରେ ମାର୍ଚ୍ଚରେ ରାଜ୍ୟରେ ବେରୋଜଗାରୀ ହାର ବଢ଼ିଛି। ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାରଙ୍କ ନିଯୁକ୍ତିରେ ବିଫଳତାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଯେଉଁଭଳି ବେକାରୀ ବୃଦ୍ଧି ପାଉଛି ଓଡ଼ିଶା ଖୁବ୍ଶୀଘ୍ର ହରିଆଣାକୁ ପଛରେ ପକାଇବ ବୋଲି କୁହାଯାଉଛି।
ଛତିଶଗଡ଼ ଏ କ୍ଷେତ୍ରରେ ଆଗରେ ରହିଥିବା ବେଳେ ହରିଆଣା ନିଯୁକ୍ତି ଦେବାରେ ସବୁଠାରୁ ପଛରେ ରହିଛି। ହରିଆଣାରେ ବେରୋଜଗାରୀ ହାର ୨୬.୮ ପ୍ରତିଶତ ରହିଥିବା ଛତିଶଗଡ଼ରେ ଏହି ହାର ସବୁଠାରୁ କମ୍ ଅର୍ଥାତ ୦.୮ ପ୍ରତିଶତ।