ଗଛ କୋରଡ଼ରୁ ମିଳିଲା କୋଟିଏ ଟଙ୍କା

ନୂଆଦିଲ୍ଲୀ : ଗଛରୁ ମିଳିଲା ନଗଦ କୋଟିଏ ଟଙ୍କା। ଏମିତି ଏକ ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି।
ଖବର ଅନୁଯାୟୀ ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କଳାଟଙ୍କା କରବାରର ସମ୍ଭାବନା ଥିବାରୁ ସ୍ଥାନୀୟ ପୋଲିସ୍ ଓ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଏହି କ୍ରମରେ ଆଜି ଆୟକର ବିଭାଗର ଅଧିକାରୀମାନେ ଜଣେ କଂଗ୍ରେସ ନେତାଙ୍କ ବଗିଚାରେ ଥିବା ଗଛର କୋରଡ଼ରୁ ଟଙ୍କା ମିଳିଥିଲା।
ବୁଧବାର ଆୟକର ଅଧିକାରୀମାନେ ମହୀଶୂରରେ ଥିବା ସୁବ୍ରମଣ୍ୟମ ରାୟଙ୍କ ଘରେ ଚଢ଼ଉ କରିଥିଲେ। ସୁବ୍ରମଣ୍ୟମ ରାୟ ପୁଟ୍ଟୁର ଆସନରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ରାୟଙ୍କ ଭାଇ। ତେବେ ସୋସିଆଲ ମିଡିଆରେ ଆସିଥିବା ଭିଡିଓରେ ଦେଖାଯାଇଛି ଆଇଟି ଅଧିକାରୀମାନେ ଏକ ଗଛର କରୋଡ଼ରେ ରଖାଯାଇଥିବା ବାକ୍ସକୁ ଦେଖୁଛନ୍ତି। ଏହାକୁ ଖୋଲିବା ପରେ ଯେତେବେଳେ ଏହି ବାକ୍ସକୁ ସେମାନେ ଖୋଲୁଛନ୍ତି। ସେଥିରୁ ବାହାରୁଛି ବିଡା ବିଡା ନୋଟ। ଯାହା ଆନୁମାନିକ ଏକକୋଟି ହେବ ବୋଲି କୁହାଯାଇଛି।
 
				 
					

























